ନୂଆଦିଲ୍ଲୀ: ଫ୍ରାନ୍ସରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ଜର୍ଜରିକ କୋଠାଗୁଡ଼ିକ ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ପ୍ୟାରିସକୁ ଜାଳିବାରେ ଲାଗିଛି । ୟୁରୋପ କେନ୍ଦ୍ରବିନ୍ଦୁ କୁହାଯାଉଥିବା ଫ୍ରାନ୍ସରେ ଅରାଜକତାକୁ ନେଇ ସାରା ବିଶ୍ୱର ନେତା ଚିନ୍ତା ପ୍ରକାଶ କରିଛନ୍ତି । ଛାତ୍ର ଆନ୍ଦୋଳନ ନାଁରେ ଆରମ୍ଭ ହୋଇଥିବା ପ୍ରଦର୍ଶନକୁ କଟକପନ୍ଥୀ ମୁସଲମାନ୍ କବଜା କରିଥିବା ଅଭିଯୋଗ ହୋଇଛି । ଏବେ ଏହି ଆନ୍ଦୋଳନରେ ଆମେରିକା ରାଜନୀତିର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଆନ୍ଦୋଳନରେ ପାଲେଷ୍ଟାଇନ୍ ଏବଂ ଇସଲାମିକ୍ ପତାକା ଦେଖିବାକୁ ମିଳୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଫ୍ରାନ୍ସର ପ୍ରଦର୍ଶନକୁ କେବଳ ସ୍କୁଲ ସମସ୍ୟା ବୋଲି ସ୍ୱୀକାର କରିବାକୁ ମନା କରିଛନ୍ତି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ସାମୂହିକ ଭାବେ ବିଦେଶୀଙ୍କ ଅନୁପ୍ରଦେଶ ଏବଂ ଇସମାଲର ଫ୍ରାନ୍ସ ଉପରେ କବଜାର ପ୍ରୟାସ ।

ଟ୍ରମ୍ପ ଟ୍ରଥ୍ ସୋସିଆଲରେ ଲେଖିଛନ୍ତି, ଫ୍ରାନ୍ସରେ ଯାହା କିଛି ଘଟୁଛି, ତାହା କେବଳ ସ୍କୁଲର ବିଷୟ ନୁହେଁ । ଏହା ପଛରେ ବହୁ ମାତ୍ରାରେ ହେଉଥିବା ସାମୂହିକ ଅନୁପ୍ରବେଶ ଏବଂ ଫ୍ରାନ୍ସ ଉପରେ ଇସ୍ଲାମ କବଜା କରିବାକୁ ଚାହୁଁଛି । ଟ୍ରମ୍ପଙ୍କ ଏହି ବୟାନ ପରେ ସବୁଠୁ ବଡ଼ ପ୍ରଶ୍ନ ୟୁରୋପର ଶକ୍ତିଶାଳୀ ଦେଶ ମଧ୍ୟରେ ଅନ୍ୟତମ ଫ୍ରାନ୍ସର ଇସ୍ଲାମୀକରଣ ହେଉଛି କି ନା ଏହା ଟ୍ରମ୍ପଙ୍କ ରାଜନୈତିକ ବୟାନ ?

ସେପ୍ଟେମ୍ୱର ୨୧ରେ ଛାତ୍ରଛାତ୍ରୀ ପ୍ରଦର୍ଶନ ଆରମ୍ଭ କରିଥିଲେ । ପ୍ରଥମେ ଏହି ଆନ୍ଦୋଳନ ଗୋଟିଏ ସ୍କୁଲରେ ସୀମିତ ଥିଲା, କିନ୍ତୁ ପରେ ଏଥିରେ ଅନ୍ୟ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଯୋଗଦେବା ଆରମ୍ଭ କଲେ । ପରେ ଆନ୍ଦୋଳନର ଅଧିକ ଉଗ୍ର ରୂପ ନେବା ଆରମ୍ଭ କରିଥିଲା । ଅକ୍ଟୋବର ୬ରେ ତୃତୀୟ ରାଷ୍ଟ୍ରବ୍ୟାପୀ ପ୍ରଦର୍ଶନ ହୋଇଥିଲା । ଫ୍ରାନ୍ସର ଗୃହ ମନ୍ତ୍ରଣାଳୟ ପ୍ରାୟ ତିନି ଲକ୍ଷ ଲୋକ ସାମିଲ ହୋଇଥିବା କହିଛି, କିନ୍ତୁ ଛାତ୍ର ସଂଗଠନ ଏହି ସଂଖ୍ୟା ୫ ଲକ୍ଷ ଯାଏ ଥିବା ଦାବି କରୁଛନ୍ତି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସ ଛାତ୍ର ଆନ୍ଦୋଳନକୁ ଧାର୍ମିକ ମୋଡ଼ ଦେବାକୁ ଚେଷ୍ଟା କରୁଛନ୍ତି । ଟ୍ରମ୍ପଙ୍କ ବିବୃତ୍ତିରୁ ଜଣାପଡ଼ୁଛି ଯେ ଫ୍ରାନ୍ସର ସ୍କୁଲଗୁଡ଼ିକ ବିଷୟରେ ଅଭିଯୋଗ ପଛରେ ପ୍ରକୃତ ସମସ୍ୟା ହେଉଛି ଡୋମୋଗ୍ରାଫିକ୍ ପରିବର୍ତ୍ତନ ଏବଂ ଇସଲାମର ବଢ଼ୁଥିବା ପ୍ରଭାବ । ୟୁରୋପରେ ହେଉଥିବା ଅନେକ ପ୍ରତିବାଦ ପ୍ରବାସ, ଇସଲାମ ଏବଂ ସୁରକ୍ଷା ପ୍ରସଙ୍ଗ ସହିତ ଜଡିତ । ଟ୍ରମ୍ପ ଦୀର୍ଘ ଦିନ ଧରି ଆମେରିକାରେ ଅବୈଧ ପ୍ରବାସ ବିରୁଦ୍ଧରେ ଏକ କଠୋର ସୀମା ନୀତି ଏବଂ ଦୃଢ଼ ଆଭିମୁଖ୍ୟ ପାଇଁ ସମର୍ଥନ କରିଆସୁଛନ୍ତି । ସେ ଆମେରିକୀୟ ବିତର୍କ ପାଇଁ ଫ୍ରାନ୍ସର ଅଶାନ୍ତିକୁ ଉଦାହରଣ ଭାବରେ ବ୍ୟବହାର କରୁଛନ୍ତି ବୋଲି କିଛି ମତ ଦେଉଛନ୍ତି । ଫକ୍ସ ହୋଷ୍ଟ ଟୋମି ଲାହେରେନ୍ ମଧ୍ୟ ଏହି ଆନ୍ଦୋଳନଗୁଡ଼ିକ ଆମେରିକୀୟଙ୍କୁ ସତର୍କତା ସହ ଦେଖିବାକୁ କହିଛନ୍ତି ।