ଲଣ୍ଡନ: ସର୍ବିୟ ଦିଗ୍ଗଜ ନୋଭାକ୍ ଜୋକୋଭିଚ୍ ୱିମ୍ବଲଡନରେ ତାଙ୍କର ଆଉ ଏକ ସ୍ମରଣୀୟ ଅଭିଯାନ ପରେ ଫ୍ୟାନସ୍ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ୱାର୍ଲଡ ନମ୍ବର-୧ ୟାନିକ ସିନରଙ୍କ ବିପକ୍ଷରେ ସେମିଫାଇନାଲରେ ପରାଜୟ ପରେ ଜୋକଭିଚ୍ ଙ୍କ ୱିମ୍ବଲଡନ ଯାତ୍ରା ସମାପ୍ତ ହୋଇଛି। ସେ ସିନରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ତାରିଫ କରିଛନ୍ତି ଏହା ସହିତ ସେ ସିନରଙ୍କୁ ଫାଇନାଲ ମ୍ୟାଚ୍ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି ଓ ଏହି ପ୍ରତିଷ୍ଠିତ ଇଭେଣ୍ଟରେ ତାଙ୍କ ପ୍ରତ୍ୟାବର୍ତ୍ତନ ଲାଗି ଆଶା ପୋଷଣ ମଧ୍ୟ କରିଛନ୍ତି। ଏ ନେଇ ଜୋକଭିଚ୍ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି।

ଜୋକୋଭିଚ୍ ଏବେବି ମାର୍ଗରେଟ କୋର୍ଟରେ ରେକର୍ଡ ୨୪ ଗ୍ରାଣ୍ଡସ୍ଲାମ ସିଙ୍ଗଲସ୍ ଟାଇଟଲ ସମକକ୍ଷ ଅଛନ୍ତି ଓ ସେ ରୋଜର ଫେଡେରରଙ୍କଠୁ ଗୋଟିଏ ୱିମ୍ବଲଜନ ଟାଇଟଲରୁ ପଛରେ ଅଛନ୍ତି। ଜୋକଭିଚ୍ ଚଳିତ ଗ୍ରୀଷ୍ମ ଶେଷରେ ଆମେରିକାରେ ହେବାକୁ ଥିବା ୟୁଏସ୍ ଓପନ ଉପରେ ଏବେ ତାଙ୍କ ଧ୍ୟାନ କେନ୍ଦ୍ରିତ କରିବେ। ଏଠାରେ ସେ ତାଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ପାଇଁ କୋର୍ଟକୁ ଓହ୍ଲାଇବେ। ସିନର ଜୋକଭିଚ୍ ଙ୍କୁ ସିଧା ସେଟ୍ ରେ ହରାଇ ଏକ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହିତ ଲଗାତାର ଦ୍ୱିତୀୟ ବର୍ଷ ୱିମ୍ବଲଡନ ପୁରୁଷ ସିଙ୍ଗଲସ୍ ଫାଇନାଲରେ ନିଜ ପାଇଁ ସ୍ଥାନ ହାସଲ କରିଛନ୍ତି.

ୱାର୍ଲଡ ନମ୍ବର-୧ ସିନର ଅଲ ଇଂଲଣ୍ଡ କ୍ଲାବରେ ଲଗାତାର ସପ୍ତମବାର ୱିମ୍ବଲଡନ ଚାମ୍ପିୟନଙ୍କ ଉପରେ ୬-୪,୬-୪ ଓ ୬-୪ରେ ବିଜୟ ହାସଲ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ସିନର ଅଷ୍ଟ୍ରେଲିଆନ ଓପନ ସେମିରେ ଜୋକୋଭିଚଙ୍କ ଠାରୁ ମିଳିଥିବା ପରାଜୟର ପ୍ରତିଶୋଧ ନେଇ ୨ ଘଣ୍ଟା ୨୦ ମିନିଟ୍ ରେ ବିଜୟ ପକ୍କା କରିବାକୁ ଏକ ଶାନ୍ତ ଓ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ୨୦୨୬ରେ ଏହା ତାଙ୍କର ଏକମାତ୍ର ପିଛିଲା ଭେଟ ଥିଲା। ୨୦୨୫ରେ ନିଜର ବଡ଼ ପ୍ରତିଦ୍ୱନ୍ଦ୍ୱୀ କାର୍ଲୋସ୍ ଅଲକରାଜଙ୍କୁ ହରାଇ ନିଜର ପ୍ରଥମ ୱିମ୍ବଲଡନ ଟାଇଟଲ ଜିତିଥିବା ସିନର ରବିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଅଲେକଜାଣ୍ଡାର ଜ୍ୱେରବଙ୍କୁ ଭେଟିବେ। ଏଥିରେ ସିନର ନିଜ ଟାଇଟଲକୁ ବଞ୍ଚାଇବା ପାଇଁ ମୁକାବିଲା କରିବେ।