ଭୁବନେଶ୍ବର: ବିଏମସିର ୟୁଜର ଫି’କୁ ବଢ଼ୁଛି ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷେ। ଅଳିଆ ଉଠାଇବା ପାଇଁ ୟୁଜର ଫି ନାଁରେ ବିଏମସିର ବେଆଇନ ଜିଜିଆ କର ଆଦାୟ ତୁରନ୍ତ ବନ୍ଦ ଦାବିରେ ଶୁକ୍ରବାର ବିଭିନ୍ନ ସଙ୍ଗଠନ ବିଏମସି କମିଶନରଙ୍କୁ ଭେଟିଛନ୍ତି। ଭୁବନେଶ୍ବର ଉନ୍ନୟନ ପରିଷଦ, ଜନ ଜାଗରଣ ସଂଗଠନ ଭଳି ବିଭିନ୍ନ ସଂଗଠନ ଓ ଜନସାଧାରଣ ବିଏମସ କମିଶନରଙ୍କୁ ଭେଟି ଅବଗତ କରିବା ସହ ୟୁଜର ଫି ଆଦାୟ ବଦ କରିବାକୁ ଆଲୋଚନା କରିଛନ୍ତି।  

ବିଏମସି ଅଳିଆ ଉଠାଇବା ଆଳରେ ଜୋର ଜବରଦସ୍ତ “ୟୁଜର ଫି” ଆଦାୟ କରୁଛି। ଏହା ସମ୍ପୂର୍ଣ୍ଣ ବେଆଇନ। ହାଇକୋର୍ଟ ଚାରିବର୍ଷ ପୂର୍ବରୁ ଏହି ବେଆଇନ ଆଦାୟକୁ ରହିତାଦେଶ ଦେବା ପରେ ବିଏମସି  ୟୁଜର ଫି ଆଦାୟ ବନ୍ଦ କରିଦେଇଥିଲା। ହାଇକୋର୍ଟଙ୍କୁ ବିଏସି ଓ ନଗର ଉନ୍ନୟନ ବିଭାଗ ଆଜି ପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି।

ହୋଲଡିଂ ଟ୍ୟାକ୍ସରେ ଡ୍ରେନ, ଅଳିଆ ସଫା ଓ ପରିମଳ ସେବା ଯୋଗାଇବା ବାଧ୍ୟତାମୂଳକ। ଏମିତିରେ ୟୁଜର ଫି ଆଦାୟ କରିବାର କୌଣସି ଅଧିକାର ବିଏସିର ନାହିଁ। ବିଏମସି ମହିଳା ସଂଗଠନ, ଅନ୍ୟାନ୍ୟ ସଂସ୍ଥା ଓ ସ୍ଥାନୀୟ ଯୁବକଙ୍କ ମାଧ୍ୟମରେ ଡରାଇ, ସମ୍ମାନ ହାନି ଭଳି କାର୍ଯ୍ୟକ୍ରମ ଆପଣାଇ ମାନସିକ ଯନ୍ତ୍ରଣା ଦେଇ ଜୋର ଜବରଦସ୍ତ ଫି ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି ଓ୍ବାର୍ଡବାସୀ।