ମୁମ୍ବାଇ ୨୪।୩ : ୧୪ ଜୁନରେ ଆସିବ ’ଧୁରନ୍ଧର ୩’। ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ସାଉଣ୍ଟୁଛି । ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆସନ୍ତା ଜୁନ୍ ୧୪ତାରିଖରେ ଏହା ରିଲିଜ ହେବ ବୋଲି ଚର୍ଚ୍ଚା ସାଉଣ୍ଟୁଛି । ଆସନ୍ତୁ ଜାଣିବା ଏଥିରେ କେତେ ରହିଛି ସତ୍ୟତା ? ରଣବୀର ସିଂହଙ୍କ ଫିଲ୍ମ ‘ଧୁରନ୍ଧର ୩’ ବକ୍ସ ଅଫିସରେ ନିଜ ଜବରଦସ୍ତ କଲେକ୍ସନ ଜାରି ରଖିଛି । ଏଭଳି ସ୍ଥଳେ ଏବେ ଚର୍ଚ୍ଚା ଜୋର ଧରିଛି କି ହାଇ-ଆକ୍ଟେନ ଫ୍ରାଞ୍ଚାଇଜର ଭବିଷ୍ୟତ କ’ଣ ହେବ ।

ସୋସିଆଲ ମିଡ଼ିଆରେ ଫିଲ୍ମର ତୃତୀୟ ଭାଗକୁ ନେଇ ଏବେ ବଜାର ସରଗରମ ହୋଇଉଠିଛି । ଖାସ୍ କରି ସେତବେଳେ ଯେତେବେଳେ ଏକ ଏଭଳି ସ୍କ୍ରିନସଟ୍ ଅନଲାଇନ୍ ଭାଇରାଲ ହେବାରେ ଆରମ୍ଭ ହୋଇଛି । ଯେଉଁଥିରେ ଫିଲ୍ମର ରିଲିଜ ଡେଟର ଖୁଲାସା ହେବାର ଦାବି କରାଯାଉଛି । ଏହା ମଧ୍ୟରେ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବଡ଼ା ‘ଧୁରନ୍ଧର ୩’କୁ ନେଇ ଜାରି ରହିଥିବା ଗୁଜବ ଉପରେ ନିଜ ନିରବତା ଭଙ୍ଗ କରିଛନ୍ତି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ୨୦୨୫ର ହିଟ୍ ଫିଲ୍ମ ‘ଧୁରନ୍ଧର’ର ସିକ୍ବେଲ ୧୯ମାର୍ଚ୍ଚରେ ଥିଏଟରରେ ରିଲିଜ ହୋଇଛି । ଏହା ରିଲିଜ ହେବା ପରେ ତୁରନ୍ତ ସୋସିଆଲ ମିଡ଼ିଆରେ ଏକ ଅନଭେରିଫାଇଡ୍ କ୍ଲିପ୍ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଦାବି କରାଯାଉଛି କି ଧୁରନ୍ଧରର ଫାଇନାଲ୍ ଚ୍ୟାପ୍ଟର ଆସିବ । ସେହିଭଳି ଏହା ବି ଦାବି କରାଯାଉଛି କି ‘ଧୁରନ୍ଧର ୩’ କୁ ୧୪ଜୁନ୍ ୨୦୨୬ରେ ରିଲିଜ କରାଯିବ । ଏବେ ଏକ ସାକ୍ଷାତକାରରେ ମୁକେଶ ଛାବଡ଼ା ‘ଧୁରନ୍ଧର ୩’ର ଗୁଜବ ଉପରେ ସତ କହିଛନ୍ତି । ସେ କହିଛନ୍ତି, ଏଭଳି କିଛି ହେବ ନାହିଁ । ବହୁତ ଗୁଜବ ହେଉଛି । କାଷ୍ଟିଂ ନିର୍ଦ୍ଦେଶକ ଆଗକୁ କହିଛନ୍ତି କି ଯଦି କୌଣସି ଗୁଜବ ଅଛି ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ ନୁହେଁ । ଆବଶ୍ୟକ ହେଲେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ କହିବି ।

Also read- Dhurandhar 2: ବିବାଦ ମଧ୍ୟରେ ଶିଖ ସମ୍ପ୍ରଦାୟକୁ କ୍ଷମା ମାଗିଲେ ଆର. ମାଧବନ, କହିଲେ-ସିନ୍ ପୂର୍ବରୁ ଲିଭାଇ ଦେଇଥିଲି ସିଗାରେଟ୍