କୋରାପୁଟ ୨୮।୧୦: ଦୀର୍ଘ ୬ ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କଲା ଅର୍ଣ୍ଣବ । ରାତି ୨ରୁ ସକାଳ ୮ଟା ୩୦ ଯାଏ ଲ୍ୟାଣ୍ଡଫଲ୍ । ବୁଧବାର ସଂଧ୍ୟାରେ ମାଲକାନଗିରି ଅତିକ୍ରମ କରିବ ଅର୍ଣ୍ଣବ । ତେବେ ମାଲକାନଗିରି ଅତିକ୍ରମ କରିବା ବେଳେ ଏହା ଦୁର୍ବଳ ହୋଇ ଅବପାତ ସ୍ଥିତିରେ ରହିବ । ଅର୍ଣ୍ଣବ ପ୍ରଭାବରେ ଏବେବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ଗଞ୍ଜାମ, ଗଜପତି ଜିଲ୍ଲାର ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ଏହାକୁ ସଫା କରାଯାଉଛି ।

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବରଗଡ଼ , ବୌଦ୍ଧ, କଳାହାଣ୍ଡି, ନୟାଗଡ଼ , ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ସର୍ବାଧିକ ୧୫୦ କିଲୋମିଟର ଥିଲା ।

Also Read:- ପ୍ରଥମ ପତ୍ନୀଙ୍କ କଥା ଲୁଚାଇ ଏକାଧିକ ବିବାହ, ଚତୁର୍ଥ ପତ୍ନୀଙ୍କ ଅଭିଯୋଗରେ ଗିରଫ

ତେବେ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । କୋରାପୁଟରେ ପହଞ୍ଚି ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଓ ସ୍ଥିତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଏହାର ଗତିପଥ ପରିବର୍ତ୍ତନ ହୋଇଥିବାରୁ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ହାଲୁକା ପବନ ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।

Watch Video: