ଭୁବନେଶ୍ବର ୨।୧: ବହୁ ଜନ ହିତାୟ ବହୁ ଜନ ସୁଖାୟ ହେବ ମୋର ମନ୍ତ୍ର । ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବା ପରେ ଏମିତି କହିଛନ୍ତି ଦେଓରଞ୍ଜନ କୁମାର ସିଂହ । ଶୁକ୍ରବାର ଉନ୍ନୟନ କମିଶନର ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହ । ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗ ଦାୟିତ୍ଵ ନେବା ପରେ ରାଜ୍ୟ ସରକାର ଉନ୍ନୟନ କମିଶନର ଭାବରେ ଦେଓରଞ୍ଜନ ସିଂହଙ୍କୁ ଦାୟିତ୍ଵ ଦେଇଥିଲେ । ଦେଓରଞ୍ଜନ ସିଂହ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ରହିବେ ।