ନୂଆଦିଲ୍ଲୀ, ୦୭/୧୦: ଥରିଲା ଦିଲ୍ଲୀ ଏନସିଆର । ଭୂମିକମ୍ପରେ ଥରିଛି ରାଜଧାନୀ ଦିଲ୍ଲୀ । ଏହାସହ ଉତ୍ତରାଖଣ୍ଡର ସବୁ ଜିଲ୍ଲାରେ ମାଟି ଥରିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତ୍ରରେ ଦିଲ୍ଲୀ ଏବଂ ଉତ୍ତରାଖଣ୍ଡରେ ଭୂମିକମ୍ପର ଝଟକା ଲାଗିଛି । ଏହାର କେନ୍ଦ୍ରସ୍ଥଳୀ ହେଉଛି ଉତ୍ତରାଖଣ୍ଡର ଚମୋଲୀ । ପଡୋଶୀ ରାଜ୍ୟ ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣାରେ ମଧ୍ୟ ସାମାନ୍ୟ ଝଟକା ଅନୁଭୂତ ହୋଇଛି ।

Also Read :- ଦୀର୍ଘ ୪ ବର୍ଷ ପରେ ଭାରତୀୟ ଦଳକୁ ଫେରିଲେ ଭୁବନେଶ୍ବର କୁମାର, ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍ ଘୋଷଣା

ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜୀ ଅନୁସାରେ, ରାତି୧୦ଟା୨୩ରେ ଭୂମିକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା୪.୯ରେକର୍ଡ ହୋଇଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଣରୁ ୨୨ କିଲୋମିଟର ଭିତରେ ରହିଥିଲା । ତେବେ ଝଟକା ଲାଗିବା ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘରୁ ବାହାରକୁ ଚାଲି ଆସିଛନ୍ତି । ଏପରିକି ରାତି ସାରା ଅନେକ ଲୋକ ଘର ବାହାରେ ରହିଥିବା ଦେଖିବାକୁ ମିଳିଛି ।