ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟିର କନ୍ନଟ ପ୍ଲେସରେ ହେବାକୁ ଥିବା ଆନ୍ଦୋଳନ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ। ଦଳ ଅକ୍ଟୋବର ୧୬ ତାରିଖରେ ଦିଲ୍ଲୀର କନ୍ନୌଟ ପ୍ଲେସରେ ଆନ୍ଦୋଳନ କରିବ। ଏହାଉପରେ ରୋକ ଲଗାଇବାକୁ ଏକ ଆବେଦନ ହୋଇଥିଲା। ଗୁରୁବାର ଏହାର ଶୁଣାଣି କରି କୋର୍ଟ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ତେବେ ପରିସ୍ଥିତି ସମ୍ବାଳିବାକୁ ଦିଲ୍ଲୀ ପୁଲିସ ଯଥା ସମ୍ଭବ ପଦକ୍ଷେପ ନେବ ବୋଲି କୋର୍ଟ ଆଶ୍ୱାସନା ଦେଇଛନ୍ତି।

ଅନୀଲ କୁମାର ଗୁପ୍ତା ନାମକ ପାଲିକା ବଜାରର ଜଣେ ଲାଇସେନ୍ସ ପ୍ରାପ୍ତ ଷ୍ଟ୍ରିଟ୍ ଭେଣ୍ଡର ଆନ୍ଦୋଳନରେ ତାଙ୍କ ବ୍ୟବସାୟ ମାନ୍ଦା ହେବା ନେଇ ଆବେଦନ କରିଥିଲେ। କନ୍ନଟ ପ୍ଲେସର ସେଣ୍ଟ୍ରାଲ ପାର୍କରେ ଆନ୍ଦୋଳନ ହେଲେ ଏହା ବ୍ୟବସାୟ ମାନ୍ଦା କରିବ, ବେପାରୀ ପ୍ରଭାବିତ ହେବା ସହ ସାଧାରଣ ଲୋକଙ୍କ ଜିବାଆସିବା ବାଧାପ୍ରାପ୍ତ ହେବ ବୋଲି ସେ ଆବେଦନରେ ଦର୍ଶାଇଥିବା ବାର ବେଞ୍ଚରେ ରିପୋର୍ଟ ପ୍ରକାଶ ପାଇଥିଲା।

Also Read- ଚୀନ ନୁହେଁ ଭାରତକୁ ବାଛିଲେ ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହ: ନଭେମ୍ବରରେ ନୂଆଦିଲ୍ଲୀ ଆସିବେ

ମାମଲାରେ ଶୁଣାଣି ବେଳେ ଦିଲ୍ଲୀ ପୁଲିସ କୋର୍ଟଙ୍କୁ ଆଶ୍ୱାସନା ଦେଇଛି ଯେ ଆବେଦନକାରୀଙ୍କ ଚିନ୍ତାର ସମାଧାନ କରିବା ପାଇଁ ପୁଲିସ ଯଥା ସମ୍ଭବ ଚେଷ୍ଟା କରିବ। ଅସୁବିଧା ନ ହେବାକୁ ସମସ୍ତ ପଦକ୍ଷେପ ନେବ। ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୩ ତାରିଖରେ ହେବ।

ଦଳର ସଦସ୍ୟ ଗିରଫ ହେବା ପରେ ତ୍ରିରଙ୍ଗା ଯାତ୍ରା ଆହ୍ୱାନ ଦେଇଛନ୍ତି ଦୀପ୍‌କେ

ସିଜେପି ଦଳର ସଦସ୍ୟ ସୌରଭ ଦାସ ଓ ଆଶୁତୋଶ ରାଙ୍କାଙ୍କୁ ଗିରଫ କରାଯାଇଛି। ଏହାରି ବିରୁଦ୍ଧରେ ଦୀପକେ ଅକ୍ଟୋବର ୧୬ ତାରିଖରେ ‘ଲେହେରା ଦୋ ତ୍ରିରଙ୍ଗା’ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛନ୍ତି। ସମସ୍ତଙ୍କୁ ସନ୍ଧ୍ୟା ୫ଟାରେ କନ୍ନୌଟ ପ୍ଲେସର ସେଣ୍ଟ୍ରାଲ ପାର୍କରେ ଏକାଠି ହେବାକୁ ଆହ୍ୱାନ ଦିଆଯାଇଛି।

ଆନ୍ଦୋଳନରେ ସାମିଲ୍ ହେବାକୁ ଆହ୍ୱାନ ଦେଇ ଦୀପ୍‌କେ କହିଛନ୍ତି ତ୍ରିରଙ୍ଗା ପତାକା ଉଡ଼ାଇବା କୌଣସି ଅପରାଧ ନୁହେଁ। ତେଣୁ ଦେଶର ଅନ୍ୟ ସହରରେ ଥିବା ଲୋକମାନେ ମଧ୍ୟ ତ୍ରିରଙ୍ଗା ଶୋଭାଯାତ୍ରା କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ଏହି ଆହ୍ୱାନ ପାଇଁ ତାଙ୍କୁ ଗିରଫ କରାଯାଇପାରେ ବୋଲି ଦୀପ୍‌କେ ହିନ୍ଦୁସ୍ତାନ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସୂଚନା ଥାଉକି ଜନ୍ତରମନ୍ତରକୁ ଆନ୍ଦୋଳନ ସ୍ଥାନରୁ ହଟାଇବାର ଦିନକ ପରେନ ସିଜେପିର ଶ୍ରୀ ଦାସ ଏବଂ ରାଙ୍କା ସେଠାରେ ପଶି ଆନ୍ଦୋଳନ କରିଥିଲେ।

ଏହାପରେ ତାଙ୍କୁ ଗିରଫ କରି ପାଞ୍ଚ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ସେ ତିହାର ଜେଲରେ ଅଛନ୍ତି। ପୋଲିସ ଅନଧିକାର ପ୍ରବେଶ, ନିଷେଧାଜ୍ଞା ଉଲ୍ଲଂଘନ ଏବଂ ଶାନ୍ତି ବଜାୟ ରଖିବା ସମ୍ବନ୍ଧୀୟ ସର୍ତ୍ତଗୁଡ଼ିକର ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ଆଉ ଏହା ବିରୁଦ୍ଧରେ ଦୀପ୍କେ ତ୍ରିରଙ୍ଗା ଶୋଭାଯାତ୍ରାର ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି।

ସେହିପରି ଅକ୍ଟୋବର ୧୬ ତାରିଖ ଆନ୍ଦୋଳନ ବିଷୟରେ ହୋଇଥିାବ ଆବେଦନରେ ଆବେଦନକାରୀ ଦର୍ଶାଇଛନ୍ତି ଯେ ସେଣ୍ଟ୍ରାଲ ପାର୍କ ଅନୁମୋଦିନତ ଆନ୍ଦୋଳନ ସ୍ଥାନ ନୁହେଁ। ତେଣୁ ସେଠାରେ ଭିଡ଼ ଜମାଇଲେ କନଟ୍ ପ୍ଲେସ ପାଖରେ ଟ୍ରାଫିକ୍ ସମସ୍ୟା, ସାର୍ବଜନୀନ ସ୍ଥାନଗୁଡ଼ିକୁ ପ୍ରବେଶ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ପ୍ରଭାବିତ ହୋଇପାରେ, ବିଶେଷକରି ଉତ୍ସବ ସମୟରେ ଏଭଲି ହେଲେ ବେପାର ଘାଟା ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।