ବାରିପଦା ୧୫।୧୦: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କାର୍ଟେ ସିଂ ବାନରାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଦାଲତ । ଏଥିସହ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଜରିମାନା, ଅନାଦେୟ ହେଲେ ଅଭିଯୁକ୍ତଙ୍କୁ ଅଧିକ ୩ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ।

Also Read:- ଗରିବ ପରିବାରଙ୍କ ପାଇଁ ଖୁସି ଖବର, ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ନୂଆ ଘର

ସୂଚନା ଅନୁଯାୟୀ, ଶରତ ଥାନା ଅଞ୍ଚଳରେ ଜଣେ ନାବାଳିକା ମାମୁଁ ଘରେ ରହି ପାଠ ପଢ଼ୁଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଘରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତା ମାମୁଁଙ୍କୁ ଜଣାଇବା ପରେ ଶରତ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ମାମଲାର ବିଚାର କରି ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ କାର୍ଟେ ସିଂ ବାନରାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାକୁ ପୋକ୍ସୋ କୋର୍ଟର ସ୍ପେଶାଲ ପିପି ଅଶ୍ବନୀ କୁମାର ମହାନ୍ତ ପରିଚାଳନା କରୁଥିଲେ ।