ମେଷ- କର୍ମକ୍ଷେତ୍ରରେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ଅଟକିଥିବା କାମ ଆଗକୁ ବଢ଼ିପାରେ। ଅର୍ଥ ଆଦାନପ୍ରଦାନରେ ସତର୍କ ରୁହନ୍ତୁ। ପରିବାରରେ ଛୋଟ କଥାକୁ ନେଇ ମତଭେଦ ହୋଇପାରେ। ରାଗ ଓ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ- କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖି କାମ କଲେ ସଫଳତା ମିଳିବ। ବ୍ୟବସାୟରେ ନୂଆ ଯୋଜନା କରିବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ। ପରିବାରରେ ସହଯୋଗ ମିଳିବ। ଅଯଥା ଖର୍ଚ୍ଚ ବଢ଼ିପାରେ। ନିଜ କଥା ଓ ବ୍ୟବହାରରେ ସଂଯମ ରଖନ୍ତୁ।

ମିଥୁନ- ଚାକିରିରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମାଧାନ ହୋଇପାରେ। ଅର୍ଥ ଉପାର୍ଜନ ପାଇଁ ନୂଆ ରାସ୍ତା ଖୋଜିବେ। ପରିବାରରେ ଶୁଭ ଆଲୋଚନା ହୋଇପାରେ। ଅନ୍ୟମାନଙ୍କ କଥାରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ।

କର୍କଟ- ମାନସିକ ଚାପ ରହିଲେ ମଧ୍ୟ ନିଜ ବୁଦ୍ଧି ବଳରେ ସମସ୍ୟାର ସମାଧାନ କରିପାରିବେ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ବଢ଼ିବ। ଆର୍ଥିକ ନିଷ୍ପତ୍ତି ନେବାବେଳେ ଦୂରଦୃଷ୍ଟି ରଖନ୍ତୁ। ଜୀବନସାଥୀଙ୍କ ସହ ମନଖୋଲା ଆଲୋଚନା କରନ୍ତୁ। ନିଜ ସ୍ୱାସ୍ଥ୍ୟ ଓ ବିଶ୍ରାମକୁ ଗୁରୁତ୍ୱ ଦିଅନ୍ତୁ।

ସିଂହ- ନିଜ କାର୍ଯ୍ୟଦକ୍ଷତା ଦ୍ୱାରା ଅନ୍ୟମାନଙ୍କ ପ୍ରଶଂସା ପାଇପାରନ୍ତି। ବ୍ୟବସାୟରେ ନୂଆ ଯୋଗାଯୋଗ ଲାଭଦାୟକ ହେବ। ଆୟ ଅନୁସାରେ ଖର୍ଚ୍ଚ କରିବା ଭଲ। ପରିବାରରେ ସମ୍ପର୍କ ମଧୁର ରହିବ। ଅହଂକାର କିମ୍ବା ଜିଦ୍ ଯୋଗୁଁ କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ।

କନ୍ୟା- କର୍ମକ୍ଷେତ୍ରରେ ଯୋଜନାବଦ୍ଧ ଭାବେ କାମ କରିବା ଆବଶ୍ୟକ। ପୁରୁଣା ଆର୍ଥିକ ସମସ୍ୟାର ସମାଧାନ ପାଇଁ ରାସ୍ତା ମିଳିପାରେ। ସହକର୍ମୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ। ପରିବାରରେ ଆପଣଙ୍କ ପରାମର୍ଶକୁ ଗୁରୁତ୍ୱ ଦିଆଯିବ। ଅତ୍ୟଧିକ ଚିନ୍ତା ନକରି ଧୈର୍ଯ୍ୟର ସହ କାମ କରନ୍ତୁ।

ତୁଳା- ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା କରିପାରନ୍ତି। ଅର୍ଥ ଲାଭର ସୁଯୋଗ ମିଳିଲେ ମଧ୍ୟ ଅଧିକ ଲୋଭ କରନ୍ତୁ ନାହିଁ। ବ୍ୟବସାୟରେ କାଗଜପତ୍ର ଓ ଚୁକ୍ତିପତ୍ର ଭଲ ଭାବେ ଯାଞ୍ଚ କରନ୍ତୁ। ପ୍ରେମ ସମ୍ପର୍କରେ ବୁଝାମଣା ବଢ଼ିବ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ।

ବିଛା- ଚନ୍ଦ୍ର ନିଜ ରାଶିରେ ରହିଥିବାରୁ ମନରେ ଭାବନା ଓ ଚିନ୍ତା ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଭାବପ୍ରବଣ ହୁଅନ୍ତୁ ନାହିଁ। ଅର୍ଥ ସମ୍ବନ୍ଧୀୟ କାମରେ ସତର୍କତା ଆବଶ୍ୟକ। ପରିବାରରେ ନିଜ ମତ ଲଦି ନଦେଇ ଅନ୍ୟମାନଙ୍କ କଥା ଶୁଣନ୍ତୁ। ଧୈର୍ଯ୍ୟ ରଖିଲେ ପରିସ୍ଥିତିକୁ ଭଲ ଭାବେ ସମ୍ଭାଳିପାରିବେ।

ଧନୁ- କାର୍ଯ୍ୟକ୍ଷେତ୍ରରେ କିଛି ବିଳମ୍ବ ଦେଖାଦେଲେ ମଧ୍ୟ ନିରାଶ ହୁଅନ୍ତୁ ନାହିଁ। ଅନାବଶ୍ୟକ ଖର୍ଚ୍ଚ ଓ ଋଣରୁ ଦୂରେଇ ରହିବା ଭଲ। ବନ୍ଧୁଙ୍କ ସହଯୋଗ ମିଳିପାରେ। ପରିବାରର କୌଣସି କଥା ମନକୁ ଚିନ୍ତିତ କରିପାରେ। ନିଜ ଯୋଜନା ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାବେଳେ ସତର୍କ ରୁହନ୍ତୁ।

ମକର- ନିଜ ପରିଶ୍ରମ ଓ ଅନୁଭବ ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିପାରିବେ। ବ୍ୟବସାୟରେ ନୂଆ ଯୋଜନା ପାଇଁ ସମୟ ଦେବାକୁ ପଡ଼ିବ। ଆର୍ଥିକ କାରବାରରେ ତରବର ହୁଅନ୍ତୁ ନାହିଁ। ପରିବାରର ବୟସ୍କଙ୍କ ପରାମର୍ଶ ଉପକାରୀ ହେବ। ଦାୟିତ୍ୱ ବଢ଼ିଲେ ମଧ୍ୟ ଧୈର୍ଯ୍ୟ ହରାନ୍ତୁ ନାହିଁ।

କୁମ୍ଭ- ଚାକିରିରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିପାରେ। ବ୍ୟବସାୟରେ ନୂଆ ଗ୍ରାହକଙ୍କ ସହ ଯୋଗାଯୋଗ ବଢ଼ିବ। ଆୟ ଓ ବ୍ୟୟ ମଧ୍ୟରେ ସମନ୍ୱୟ ରଖନ୍ତୁ। ପରିବାରରେ ସହଯୋଗ ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଅନ୍ୟମାନଙ୍କ ଉପରେ ଅତ୍ୟଧିକ ନିର୍ଭର କରନ୍ତୁ ନାହିଁ।

ମୀନ- ନୂଆ ଯୋଜନା ଓ ସୃଜନଶୀଳ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶରୁ ଲାଭ ମିଳିପାରେ। ଅର୍ଥ ଉପାର୍ଜନ ପାଇଁ ଭଲ ସୁଯୋଗ ଖୋଜିବେ। ପରିବାରରେ ଶାନ୍ତି ଓ ସହଯୋଗ ରହିବ। ଭାବପ୍ରବଣ ହୋଇ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682