ନୂଆଦିଲ୍ଲୀ: ୨୦୦୬-୦୭ରେ ମୁକ୍ତିଲାଭ କରିଥିବା ଏକ ବିବାଦୀୟ ଗୀତ ଉପରେ ବ୍ୟାନ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ । Yo Yo Honey Singh ଏବଂ ରାପର ବାଦଶାହଙ୍କ ଏହି ଗୀତକୁ ନେଇ ବିବାଦ ଲାଗି ରହିଥିଲା । ସମସ୍ତ ସୋସିଆଲ ମିଡିଆରୁ ଏହି ଗୀତକୁ ସଂପୂର୍ଣ୍ଣ ଭାବରେ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୀତର ଛୋଟ ଅଂଶ ବି ସୋସିଆଲ ମିଡିଆ ପ୍ଲାଟଫର୍ମରେ ରହିବନି । ଗୀତଟି ଅତି ଆପତ୍ତିଜନକ ଏବଂ ଅଶ୍ଳୀଳ ବୋଲି କୋର୍ଟ କହିଛନ୍ତି ।

ପ୍ରାୟ ୨୧ ବର୍ଷ ପୁରୁରା ଗୀତ Volume 1କୁ ନେଇ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ଝାଡ଼ିଛନ୍ତି । ଗୀତଟି ଅତ୍ୟନ୍ତ ଅଶ୍ଳୀଳ ଏବଂ ମହିଳାଙ୍କ ପ୍ରତି ଅପମାନଜନକ ବୋଲି ରାୟ ଦେଇଛନ୍ତି ଜଷ୍ଟିସ୍ ପୁରୁଷେନ୍ଦ୍ର କୁମାର କୌରବ। କୌଣସି ସଭ୍ୟ ସମାଜ ଡିଜିଟାଲ୍ ପ୍ଲାଟଫର୍ମରେ ଏପରି ବିଷୟବସ୍ତୁ ରହିବାକୁ ଅନୁମତି ଦେଇପାରିବ ନାହିଁ। ଏହି ଗୀତଟି ମୁକ୍ତିଲାଭ କରିବା ପରେ ବିବାଦ ସୃଷ୍ଟି କରିଥିଲା । କିନ୍ତୁ ବାଦଶାହା ସ୍ପଷ୍ଟ କରିଥିଲେ ଯେ, ସେ ଏହାକୁ ଲେଖି ନାହାଁନ୍ତି। ଏହା ପରେ, ହନି ସିଂହ ଏକ କାର୍ଯ୍ୟକ୍ରମରେ ସ୍ୱୀକାର କରିଥିଲେ ଯେ, ସେ ଗୀତଟି ଲେଖିଛନ୍ତି।

Also Read: Badshah Weds Isha: ଛାଡପତ୍ରର ୬ ବର୍ଷ ପରେ ଦ୍ଵିତୀୟ ବିବାହ କଲେ ରାପର ବାଦଶାହ ! ଶାଶୂ ସେୟାର କଲେ ୱେଡିଂ ଫଟୋ

‘ଭଲ୍ୟୁମ୍ ୧’ ହିପ୍-ହପ୍ ଗ୍ରୁପ୍ ‘ମାଫିଆ ମୁନ୍ଦିର’ ପ୍ରଯୋଜନା କରିଥିଲା । ଏହି ଗ୍ରୁପରେ ହନି ସିଂହ ଏବଂ ବାଦଶାହଙ୍କ ଭଳି ଅନେକ ରାପର ଥିଲେ । କିନ୍ତୁ ପରେ ଏହି ଗ୍ରୁପ୍ଟି ଭାଙ୍ଗିଯାଇଥିଲା ଏବଂ ସମସ୍ତେ ଅଲଗା ହୋଇ ନିଜର ମ୍ୟୁଜିକ୍ ଭିଡିଓ ଲଞ୍ଚ କରିଥିଲେ । ଏହା ପୂର୍ବରୁ ଏକ କନସର୍ଟରେ ହନି ସିଂହ ଦିଲ୍ଲୀର ଶୀତ ଏବଂ ମହିଳାମାନଙ୍କ ବିଷୟରେ ମନ୍ତବ୍ୟ ଦେଇ ବ୍ୟାପକ ସମାଲୋଚନାର ଶିକାର ହୋଇଥିଲେ । ପରେ ଗାୟକ ସୋସିଆଲ ମିଡିଆ ମାଧ୍ୟମରେ କ୍ଷମା ମାଗିଥିଲେ।

ବିବଦୀୟ ହନି ସିଂହ ଏବଂ ବାଦଶାହା

ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଗାୟକଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି। ପୂର୍ବରୁ, ହନି ସିଂହଙ୍କ ‘ମାନିଆକ୍’ ଏବଂ ‘ମୈଁ ହୁଁ ଓ୍ବମେନାଇଜର୍’ ସମେତ ଅନେକ ଗୀତ ବିବାଦ ସୃଷ୍ଟି କରିଛି। ବାଦଶାହାଙ୍କ ଗୀତ ‘ଟଟିରି’ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ଗୀତରେ ମହିଳାଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ବ୍ୟବହାର ହୋଇଥିଲା। ହରିୟାଣା ମହିଳା କମିଶନ ଏବଂ ଜାତୀୟ ମହିଳା କମିଶନ ଏହି ମାମଲାରେ ଗାୟକଙ୍କୁ ସମନ କରିଥିଲ । କିନ୍ତୁ ସେ କମିଶନଙ୍କ ସମ୍ମୁଖରେ ହାଜର ହୋଇ ନଥିଲେ। ବାଦଶାହା ଏହି ଗୀତ ପାଇଁ ସାର୍ବଜନୀନ ଭାବରେ କ୍ଷମା ମଧ୍ୟ ମାଗିଛନ୍ତି।