କଟକ ୨୩।୧୧: ପ୍ରକାଶ ପାଇଲା ODISHA SECONDARY SCHOOL TEACHER ELIGIBILITY TEST ବା OSSTET ରେଜଲ୍ଟ । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ପାସ୍ ହାର ରହିଛି ୭୯.୧୫ ପ୍ରତିଶତ । ମୋଟ୍ ୫୫,୯୬୮ ଜଣ ପରୀକ୍ଷା ଦେଇଥିଲେ । ପାସ୍ କରିଛନ୍ତି ୪୪,୨୯୮ ଜଣ ।

​​​​​​​Also Read:- ଗଞ୍ଜାମ ବାତ୍ୟା ପୀଡ଼ିତଙ୍କୁ ସରକାରଙ୍କ ଆଶ୍ୱାସନ, ରାସନ କାର୍ଡ ନଥିଲେ ବି ମିଳିବ ସହାୟତା

ପେପର-୧ରେ ପାସ୍ ହାର ୭୯.୧୯ ପ୍ରତିଶତ ରହିଛି । ପେପର-୧ରେ ୫୨.୧୯ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୪୧ ହଜାର ୧୯୨ । ସେହିପରି ପେପର-୨ରେ ପାସ୍ ହାର ରହିଛି ୭୮.୬୫ ପ୍ରତିଶତ । ପେପର-୨ରେ ପରୀକ୍ଷା ଦେଇଥିଲେ ୩୯୪୯ ଜଣ ପରୀକ୍ଷାର୍ଥୀ । ପାସ୍ କରିଛନ୍ତି ୩୧୦୬ ଜଣ । ଆସନ୍ତା ୨୫ ତାରିଖରୁ ଓ୍ବେବ୍ ସାଇଟ୍‌ରୁ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ ପରୀକ୍ଷାର୍ଥୀ । ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ସେମାନଙ୍କର OMR ଆନ୍ସର ସିଟ୍ ଓ୍ବେବ୍ ସାଇଟ୍ ଜରିଆରେ ଦେଖି ପାରିବେ । ଗତ ସେପ୍ଟେମ୍ବର ୩୦ ତାରିଖରେ ହୋଇଥିଲା OSSTET ପରୀକ୍ଷା ।