ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ତାରକା ଓପନିଂ ବ୍ୟାଟର ଡିନ୍ ଏଲଗାର ପେଶାଦାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବ ପକ୍ଷରୁ ଖେଳୁଥିବା ଏହି ୩୯ ବର୍ଷୀୟ ବାମହାତୀ ଓପନର ଚଳିତ ୨୦୨୬ କାଉଣ୍ଟି ଚାମ୍ପିଅନସିପ୍ ସିଜନ୍ ଶେଷ ହେବା ପରେ କ୍ରିକେଟରୁ ସମ୍ପୂର୍ଣ୍ଣ ଅବସର ନେବେ। ବୁଧବାର ଏସେକ୍ସ ଦଳ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ଏଲଗାରଙ୍କ ଅବସର ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦିଆଯାଇଛି।

ପରିବାର ପାଇଁ ଏହି କଠିନ ନିଷ୍ପତ୍ତି

କ୍ରିକେଟରୁ ଅବସର ନେବା ନେଇ ଏଲଗାର କହିଛନ୍ତି ଯେ, "ବର୍ତ୍ତମାନ ମୋ ପାଇଁ ଅବସର ନେବାର ସଠିକ୍ ସମୟ ଆସିଯାଇଛି। ମୋର ବୟସ ୩୯ ହୋଇଗଲାଣି ଏବଂ ସ୍ୱଦେଶରେ ମୋର ଛୋଟ ପରିବାର ବଢ଼ିବାରେ ଲାଗିଛି। ସେମାନଙ୍କ ସହ ସମୟ ବିତାଇବା ଏବଂ ସାଥୀ ଓ ପିଲାମାନଙ୍କ ପାଖରେ ରହିବା ମୋର ପ୍ରଥମ କର୍ତ୍ତବ୍ୟ। ଅବସର ନେଉଥିଲେ ବି ଏହି ସିଜନର ଅବଶିଷ୍ଟ କାଉଣ୍ଟି ମ୍ୟାଚଗୁଡ଼ିକରେ ସେ ଏସେକ୍ସ ପାଇଁ ମୈଦାନକୁ ଓହ୍ଲାଇବେ।

Also Read: ଯଦି ବୈଭବ ଏମିତି କରିବେ ତାହାଲେ...୧୫ ବର୍ଷୀୟ ଶିଶୁଙ୍କୁ ଆଇନା ଦେଖାଇଲେ ଦ୍ରାବିଡ ! କହିଦେଲେ ବଡ଼ କଥା

୨୦୨୪ରେ ଆନ୍ତର୍ଜାତୀୟ କ୍ରିକେଟକୁ କହିଥିଲେ ଅଲବିଦା

ସୂଚନାଯୋଗ୍ୟ ଯେ, ଏଲଗାର ଜାନୁଆରୀ ୨୦୨୪ରେ ଭାରତ ବିପକ୍ଷ କେପଟାଉନ୍ ଟେଷ୍ଟ ମ୍ୟାଚ୍ ପରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ତେବେ ତା'ପରଠାରୁ ସେ କାଉଣ୍ଟି କ୍ରିକେଟରେ ଏସେକ୍ସ ପାଇଁ ପ୍ରଫେସନାଲ କ୍ରିକେଟ ଖେଳିବା ଜାରି ରଖିଥିଲେ, ଯେଉଁଠାରେ ସେ ଇଂଲଣ୍ଡର କିମ୍ବଦନ୍ତୀ ଓପନର ଆଲେଷ୍ଟର କୁକଙ୍କ ସ୍ଥାନ ପୂରଣ କରିଥିଲେ।

୧୨ ବର୍ଷର ଚମତ୍କାର ଆନ୍ତର୍ଜାତୀୟ କ୍ୟାରିଅର୍

୨୦୧୨ରେ ଡେବ୍ୟୁ କରିଥିବା ଏଲଗାର ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ ମ୍ୟାଚ୍ ଖେଳି ୩୭.୯୨ ହାରରେ ୫,୩୪୭ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୧୪ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ସାମିଲ ରହିଛି। ଏଥିରେ ସର୍ବାଧିକ ସ୍କୋର ୧୯୯ ରନ୍ ଥିଲା। ସେ ୧୮ଟି ଟେଷ୍ଟରେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ। ସେ ଦକ୍ଷିଣ ଆଫ୍ରିକା ପାଇଁ ୮ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି।

Also Read: ଜୈସ୍ଵାଲଙ୍କ ବିରୋଧରେ ICCର ବଡ଼ ଆକ୍ସନ୍ : ଲାଗିଲା କଳଙ୍କ, କ୍ୟାରିଅରରେ ଯୋଡି଼ହେଲା ନେଗେଟିଭ୍ ପଏଣ୍ଟ୍

ଫାଷ୍ଟ କ୍ଲାସ୍ କ୍ରିକେଟରେ ପ୍ରଭାବଶାଳୀ ରେକର୍ଡ

ଏଲଗାରଙ୍କ କ୍ରିକେଟ କ୍ୟାରିଅର୍ ପ୍ରାୟ ଦୁଇ ଦଶନ୍ଧି ଧରି ରହିଛି। ସେ ୨୦୦୬ ୧୯ ବର୍ଷରୁ କମ ବିଶ୍ଵକପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଥିଲେ। ନିଜ କ୍ୟାରିଅରରେ ସେ ୨୭୯ଟି ଫାଷ୍ଟ କ୍ଲାସ୍ ମ୍ୟାଚରୁ ୫୫ଟି ଶତକ ସହ ୧୮,୯୮୧ ରନ୍ କରିଥିବା ବେଳେ ୧୭୮ଟି ଲିଷ୍ଟ-ଏ ମ୍ୟାଚରୁ ୬,୨୬୪ ରନ୍ ଏବଂ ୧୦୪ଟି ଟି-୨୦ ମ୍ୟାଚରୁ ୨,୫୯୪ ରନ୍ ହାସଲ କରିଛନ୍ତି।