ଛେଣ୍ଡିପଦା, ୨୧/୧୦:ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗାଁରେ ଚାଞ୍ଚଲ୍ୟ । ଘର ଭିତରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେହ । ମୃତ ଯୁବକ ହେଉଛନ୍ତି ଦିଲୀପ ସେଠୀ । ଘର ଭିତରୁ ଦିଲୀପଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

ତେବେ ଦିଲୀପଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଏହା ଏକ ସ୍ୱାଭାବିକ ମୃତ୍ୟୁ ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଏପରିକି ଦିଲୀପଙ୍କ ମୃତ୍ୟୁକୁ ନେଇ ହତ୍ୟା ସନ୍ଦେହ ମଧ୍ୟ ଉଠୁଥିବା ବେଳେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ଏବେ ଜରୁରୀ ହୋଇପଡ଼ିଛି ।

Also Read :- ଦିଲ୍ଲୀ ବିମାନବନ୍ଦରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅଟକ : ୩ ଘଣ୍ଟା ଧରି ଛାଡ଼ିଲେନି ଅଧିକାରୀ, ଲଗାଇଲେ ଫାଇନ୍ !

ଘଟଣା ସମ୍ପର୍କରେ ଖବର ପାଇ ବାଗଡ଼ିଆ ଥାନା ପୋଲିସ ପହଞ୍ଚିଛି । ମୃତଦେହ ଉଦ୍ଧାର ପରେ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ମୃତ୍ୟୁ ପଛରେ କାହାର ହାତ ରହିଛି କି ନାହିଁ, ଯଦି ରହିଛି ତେବେ ଏହା ପଛର କାରଣ କ’ଣ, ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଅନ୍ୟପଟେ ଏହି ଘଟଣାକୁ ନେଇ ଗାଁରେ ଆଲୋଚନା ଜୋର ଧରିଥିବା ବେଳେ ସମସ୍ତଙ୍କ ନଜର ଏବେ ତଦନ୍ତ ଉପରେ ରହିଛି । ଯାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।