DC vs GT IPL: ଆଇପିଏଲ୍ ୨୦୨୬ର ୧୪ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ଅଧିନାୟକ ଶୁଭମନ ଗିଲ୍ ୭୦ ରନର ଦମଦାର ଇନିଂସ ଖେଳିଥିବା ବେଳେ ଜୋସ ବଟଲର ୫୨ ରନ ଓ ଓ୍ଵାଂଶିଟନ ସୁନ୍ଦର ୫୫ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଦିଲ୍ଲୀ ସାମ୍ନାରେ ରହିଛି ୨୧୧ ରନର ବିଜୟ ଲକ୍ଷ୍ୟ। ଚଳିତ ସିଜିନରେ ଦିଲ୍ଲୀ ନିଜର ପ୍ରଥମ ୨ଟି ମ୍ୟାଚ୍ ଜିତି ସାରିଛି। ଅନ୍ୟପଟେ ଗୁଜରାଟକୁ ପ୍ରଥମ ବିଜୟ ଲକ୍ଷ୍ୟ ଅପେକ୍ଷାରେ ରହିଛି। ଗୁଜରାଟ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସକୁ ଆରମ୍ଭରୁ ଝଟକା ଲାଗିଥିଲା। ଇନଫର୍ମ ବ୍ୟାଟର ସାଇ ସୁଦର୍ଶନ ୧୨ ରନ କରି ଆଉଟ୍ ହୋଇଥିଲେ। ପରେ ଅଧିନାୟକ ଶୁଭମନ ଗିଲ୍ ଓ ଜୋସ ବଟଲର ଇନିଂସ ସମ୍ଭାଳିଥିଲେ।  ବଟଲର କ୍ରିଜକୁ ଓହ୍ଲାଇବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଓ ଗିଲ୍ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୦ ରନ ଯୋଡ଼ି  ସ୍ଥିତି ମଜବୁତ କରିଥିଲେ। ବଟଲର ମାତ୍ର ୨୭ ବଲରୁ ୩ ଚୌକା ଓ ୫ ଛକା ସହ ୫୨ ରନ  କରିଥିଲେ।

Also Read: 'ଇରାନ-ଆମେରିକା ଯୁଦ୍ଧ ରୋକିଛୁ, ତେଣୁ ଷ୍ଟାଡିୟମ ଖାଲି...' : ନୂଆ ସଫେଇ ଦେଲେ PSL ଟିମ୍ ମାଲିକ

ପୁଣି ଗିଲ୍ ଓ ଓ୍ଵାଶିଂଟନ ସୁନ୍ଦର ପୁଣି ଥରେ ଦିଲ୍ଲୀ ବୋଲରଙ୍କୁ  ଉପରେ ପ୍ରହାର କରି ଚାପରେ ରଖିଥିଲେ। ଦୁଇ ବ୍ୟାଟର ଶତକୀୟ ଭାଗିଦାରୀ ଯୋଡ଼ି ଦଳର ସ୍କୋରକୁ ୨୦୦ ପାର ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଗିଲ୍ ୪୫ ବଲରୁ ୪ ଚୌକା ଓ ୫ ଚକା ସହୁ ୭୦ ରନ  କରି ପାଭିଲିୟନ ଫେରିଥିଲେ। ଓ୍ଵାଶିଂଟନ ସୁନ୍ଦର ୩୨ ବଲରୁ ୬ ଚୌକା ଓ ୨ ଛକା ସହାୟତାରେ ୫୫ ରନର କରିଥିଲେ। ଫଳରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୦ ରନ  କରିଛି।