ନୂଆଦିଲ୍ଲୀ, ୦୭/୦୪ : ଗିରଫ ହେଲେ ଡେଭିଡ୍ ଓ୍ୱାର୍ଣ୍ଣର । ଅଷ୍ଟ୍ରେଲିଆ ବ୍ୟାଟର ତଥା ଓପନର ଡେଭିଡ୍ ଓ୍ୱାର୍ଣ୍ଣର ଗିରଫ ହୋଇଛନ୍ତି । ଏକ ବଡ ଭୁଲ କରିଥିବାରୁ ତାଙ୍କୁ ପୋଲିସ ବାନ୍ଧିଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ରବିବାର ରାତ୍ରରେ ଡେଭିଡ୍ ଅଷ୍ଟ୍ରେଲିଆର ସିଡନୀରେ ମଦ୍ୟପାନ କରି ସେ ଗାଡି ଚଳାଉଥିଲେ । ଏହି ସମୟରେ ପୋଲିସ ତାଙ୍କୁ ଦେଖିଥିଲା । ତାଙ୍କର ବ୍ରେଥ୍ ଆନାଲାଇଜିଂ କରାଯାଇଥିଲା । ଯେଉଁଥିରେ ସେ ଫେଲ୍ ହୋଇଥିଲେ ।

ନ୍ୟୁ ସାଉଥ୍ ଓ୍ୱେଲସ୍ ପୋଲିସର କହିବାନୁସାରେ, ଓ୍ୱାର୍ଣ୍ଣର ଟେଷ୍ଟିଂ ସାଇଟ୍ ପୂର୍ବରୁ ନିଜ ଗାଡି ରଖି ଦେଇଥିଲେ । ରାସ୍ତା କଡରେ କାରକୁ ପାର୍କ କରିଥିଲେ । ଏହାପରେ ଟ୍ରାଫିକ୍ ଏବଂ ହାଇଓ୍ୱେ ପାଟ୍ରୋଲିଂ ଟିମ୍ ଓ୍ୱାର୍ଣ୍ଣରଙ୍କ ପାଖରେ ପହଁଚିଥିଲା । ତାଙ୍କର ଯାଞ୍ଚ୍ କରାଯାଇଥିଲା । ବ୍ରେଥ୍ ଆନାଲାଇଜରରେ ସେ ମଦ୍ୟପାନ କରିଥିବା ସ୍ପଷ୍ଟ ଭାବେ ଜଣା ପଡିଥିଲା ।

Also Read :- IPL 2026: ହାର୍ଦ୍ଦିକ ପାଣ୍ଡ୍ୟା ଇନ୍ ନା ଆଉଟ୍ ? MI vs RR ମ୍ୟାଚରେ ଭବିଷ୍ୟତ ବନାମ ବର୍ତ୍ତମାନର ଲଢେଇ

ପୋଲିସ ଆହୁରି କହିଛି ଯେ, ଏପ୍ରିଲ ୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ସିଡନୀର ମୋରାବ୍ରା ରୋଡରେ ବ୍ରେଥ୍ ଟେଷ୍ଟିଂ ଚାଲିଥିଲା । ଗୋଟିଏ କାର୍ ତଥା ବଡ ଭ୍ୟାନ୍ ଟେଷ୍ଟିଂ ସାଇଟ୍ ପୂର୍ବରୁ ଅଟକି ଯାଇଥିଲା । ଅଧିକାରୀମାନେ ଡ୍ରାଇଭରର ଯାଞ୍ଚ୍ କରିଥିଲେ । ଡ୍ରାଇଭର ଜଣଙ୍କ ଅଷ୍ଟେଲୀୟ ଖେଳାଳି ଡେଭିଡ୍ ବୋଲି ଜଣାପଡିଥିଲା ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର

ଓ୍ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ସେ କେବଳ ଫ୍ରାଞ୍ଚାଇଜ୍ ଲିଗ୍ ଖେଳୁଛନ୍ତି । ସେ ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ଦିନିକିଆ ପୂର୍ବରୁ ଅବସର ଘୋଷଣା କରିଥିଲେ । ଏବେ ସେ ପିଏସଏଲରେ ନଜର ଆସୁଛନ୍ତି ।