ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡା । ଏଠାକାର ଅନେକ ଲୋକ ଡଙ୍ଗରିଆ ପ୍ରଜାତିର । ଜୀବନ ଶୈଳୀ ବି ଭାରି ସାଧାସିଧା । ପାହାଡ ଜଙ୍ଗଲରେ ଖାଇବା, ଝରଣା ପାଣି ପିଇବା ଏମାନଙ୍କ ନିତିଦିନିଆ କଥା । ପିଲାଠୁ ବୁଢା ସମସ୍ତଙ୍କ ପ୍ରଥମ ପସନ୍ଦ । ତେବେ ସେମାନଙ୍କ ପାଇଁ କାଳ ସାଜିଛି ଝରଣା ପାଣି । ଏମିତି ଜଣେ ଯୁବକ ଝରଣା ପାଣି ପିଇ ଗୁରୁତର ହୋଇପଡିଛନ୍ତି । ସ୍ଥିତି ଏମିତି ହୋଇଛି ଯେ, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଣ ଥିଲା ପୁରା ଘଟଣା ଆସନ୍ତୁ ଜାଣିବା...

କେମିତି ଗଲା ପେଟକୁ ଜୋକ?

ସୂଚନା ଥାଉକି, ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଗାଁର ଘଟଣା । ଏଠାକାର ଶ୍ୟାମ ହୁଈକା ଗାଁର ସାଙ୍ଗ ମାନଙ୍କ ସହ ଜଙ୍ଗଲକୁ ଯାଇଥିଲେ ଜାଳେଣୀ କାଠ ପାଇଁ । ଖରାରେ କାମ କରୁ କରୁ ଜୋରରେ ଲାଗିଥିଲା ଶୋଷ । ଜଙ୍ଗଲରେ ଶୋଷ ଲାଗିବାରୁ ଉପାୟ ନପାଇ ଝରଣା ପାଣି ପିଇଥିଲେ । ତେବେ ଝରଣା ପାଣି ପିଇବା ବେଳେ ଜୋକ ଢୋକି ଦେଇଥିଲେ ।

Also read..Jungle Fire: ହୁତୁ ହୁତୁ ହୋଇ ଜଳୁଛି ଗନ୍ଧମାର୍ଦ୍ଦନ ପାହାଡ, କଣ କରୁଛି ବନବିଭାଗ?

ପରେ କିଛି ଘଣ୍ଟା ପରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଆଗକୁ ତାଙ୍କ ସହ କଣ ହେବ ତା ଚିକିତ୍ସା ପରେ ଜଣାପଡିବ ।