କାନପୁର, ୦୯/୦୯ : ଗାଁରେ ରହିଛି ମନ୍ଦିର । ମନ୍ଦିର ପାଖରେ ତିଆରି ହୋଇଛି ମସଜିଦ । ଯାହାକୁ ନେଇ ଦେଖାଦେଇଛି ବିବାଦ । ଧର୍ମାନ୍ତରୀକରଣ ଏବଂ ମାରପିଟ ଅଭିଯୋଗ ବି ସାମ୍ନାକୁ ଆସିଛି । ଏପରିକି ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଥିବା ଏକ ଦଳିତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । କିଛି ଏପରି ଘଟିଛି ଉତ୍ତରପ୍ରଦେଶ କାନପୁରର ଗୁଜୈନୀ ଅଞ୍ଚଳରେ ।

ରିପୋର୍ଟ ଅନୁସାରେ, ଗୁଜୈନୀ ଅଞ୍ଚଳରେ ଦୀର୍ଘଦିନ ହେବ ଏକ ମନ୍ଦିର ରହିଛି । ଏହା ନିକଟରେ ଏବେ କିଛି ଦିନ ହେଲା ଏକ ମସଜିଦ ଗଢି ଉଠିଛି । ଏହି ପାଖରେ ରହୁଥିବା ଜଣେ ଦଳିତ ମହିଳାଙ୍କୁ କିଛି ବ୍ୟକ୍ତି ଜବରଦସ୍ତ ବୁର୍ଖା ପିନ୍ଧାଉଥିଲେ । ଘଟଣା ସାମ୍ନାକୁ ଆସିବା ପରେ ହିନ୍ଦୁ ସଙ୍ଗଠନର କର୍ମକର୍ତ୍ତାମାନେ ହୋହଲ୍ଲା କରିଛନ୍ତି । ଏହାସହ ଥାନାକୁ ଘେରାଉ କରିଛନ୍ତି । ଘଟଣାକୁ ନେଇ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ କାର୍ଯ୍ୟରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସପେଣ୍ଡ୍ କରାଯାଇଛି ।

ଘଟଣାକୁ ନେଇ ସୋଟୁ ଜାଟବ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ସେ ଦୁଇ ବର୍ଷ ଗୁଜୈନୀ ଅଞ୍ଚଳରେ ଶିବୁ ଖାନଙ୍କଠୁ ୪୦ ହଜାର ଟଙ୍କାରେ ଏକ ଜମି କିଣିଥିଲେ । ଏଥିରେ ସେ ଘର ମଧ୍ୟ କରି ପରିବାର ସହ ରହି ଆସୁଛନ୍ତି । ଘର ତିଆରି କରିବା ପରେ ତାଙ୍କ ସନ୍ତାନ ଲଗାତାର ଅସୁସ୍ଥ ରହୁଥିଲେ । ଏହି ସମୟରେ ଶିବୁ ଖାନ ଏବଂ ତାଙ୍କର କିଛି ବନ୍ଧୁ ଅନେକ କଥା କହିଥିଲେ । ଏପରିକି ତାଙ୍କ ଘରେ ଏକ ଛୋଚ ମସଜିଦ ମଧ୍ୟ ତିଆରି କରିଦେଇଥିଲେ । କିଛି ଦିନ ପରେ ସେ ଶିବୁଙ୍କ ଏହି ମସଜିଦ ଭାଙ୍ଗିବାକୁ କହିଥିଲେ ।ହେଲେ ଶିବୁ ଓଲଟା ଧମକ ଦେଇଥିଲେ ।

ସୋନୁ ଆହୁରି ଅଭିଯୋଗ କରିଛନ୍ତି ଯେ, ପତ୍ନୀ ରିତାଙ୍କୁ ଶିବୁ ବୁର୍ଖା ପିନ୍ଧାଇବାକୁ ପ୍ରୟାସ କରିଥିଲେ । ହେଲେ ସୋନୁ ଏହାକୁ ବିରୋଧ କରିଥିଲେ । କିନ୍ତୁ ସୋମବାର ରାତିରେ ଶିବୁ ଖାନ ଏବଂ ତାଙ୍କର କିଛି ସହଯୋଗୀ ଘରେ ଉପରେ ଆକ୍ରମଣ କରିଥିଲେ । ମାରପିଟ୍ କରିଥିଲେ । ଯାହାକୁ ନେଇ ସୋନୁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ଥାନା ଅଧିକାରୀ ଓଲଟା ତାଙ୍କୁ ଧମକ ଚମକ ଦେଇଥିଲେ । ଏକଥା ହିନ୍ଦୁ ସଙ୍ଗଠନର କାନରେ ପଡିଥିଲା । ସେମାନେ ଥାନା ଘେରାଉ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ ନେବାକୁ ଦାବି କରିଥିଲେ । ଏବେ ବରିଷ୍ଠ ପୋଲିସ ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି । ସ୍ଥାନୀୟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ ମଧ୍ୟ କରାଯାଇଛି ।

Also Read :- ଝିଅ ଜନ୍ମଦିନରେ ଦୀପିକା-ରଣବୀର ସେୟାର କଲେ ସ୍ପେଶାଲ ଫଟୋ, ଅଭିନେତ୍ରୀଙ୍କ ବେବି ବମ୍ପ ଦେଖି ଲାଜେଇ ଗଲା ଲାଡଲି ଦୁଆ

ପୋଲିସର କହିବାନୁସାରେ, ଅଭିଯୁକ୍ତ ଶିବୁକୁ ଗିରଫ କରାଯାଇଛି । ଅନ୍ୟ କିଛି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅନ୍ୟ ୪ଜଣଙ୍କୁ ପଚରାଉଚୁରା କରାଯାଉଛି । ଏଥିରେ ଥାନା ଅଧିକାରୀଙ୍କ ଭୂମିକାର ମଧ୍ୟ ତଦନ୍ତ ଚାଲିଥିବା ଡିଏସପି ଦିପେନ୍ଦ୍ର ନାଥ ଚୌଧରୀ କହିଛନ୍ତି ।