ବ୍ରହ୍ମପୁର: ବାତ୍ୟା ଅର୍ଣ୍ଣବ ପରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତିରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର କରୁଣ ଦୃଶ୍ୟ ଏବେ ବି ସତେଜ ରହିଛି। ବନ୍ୟା ପ୍ରଭାବିତଙ୍କ ଜୀବନ ଅଦ୍ୟାବଧି ସଂପୂର୍ଣ୍ଣ ସ୍ଵାଭାବିକ ହୋଇନି। ଏବେ  ସମ୍ଭାବ୍ୟ ବାତ୍ୟା ଅକଭାନର ଭୟ ଘାରିଲାଣି। ବାତ୍ୟା ଓ  ଓ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି l ବ୍ରହ୍ମପୁର ସମେତ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ l ସେପଟେ ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ସ୍ୱତନ୍ତ୍ର ନଜର ରଖିଥିବା କହିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବିଜୟ ଅମୃତା କୁଲାଙ୍ଗେ l

ନଦୀ କୂଳିଆ ଏବଂ ତଳିଆ ଅଞ୍ଚଳ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ  ସଚେତନତା କରାଯାଇଛି। ପାହାଡ଼ିଆ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ଥାନନ୍ତରିତ କରାଯିବା ପାଇଁ ବ୍ୟବସ୍ଥା କରା ଯାଉଛି l ଭୁସ୍ପଳନ ପାହାଡିଆ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ରଖା ଯାଇଛି l ରିଲିଫ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରା ଯାଉଛି l କୃଷକ ମାନଙ୍କୁ ସଚେତନ କରା ଯାଇଛି l ଏସବୁ ଭିତରେ ସମ୍ଭାବ୍ୟ ବର୍ଷା ଓ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରା ଯାଇଛି l ଜିଲ୍ଲା ପ୍ରଶାସନ ସହ ବୈଠକ କରିଛି l ବିଭିନ୍ନ ଜଳ ଭଣ୍ଡାର ନିୟନ୍ତ୍ରଣ ପାଇଁ ନିର୍ଦେଶ ଦିଆ ଯାଇଛି ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବିଜୟ ଅମୃତା କୁଲାଙ୍ଗେ l

Also Read: ବାତ୍ୟା ‘ଅକଭାନ୍‌’କୁ ନେଇ ବଡ଼ ଅପଡେଟ୍ ! ଏଇଠି କରିବ ଲ୍ୟାଣ୍ଡଫଲ, ୧୪୫ କିମି ବେଗରେ ବହିବ ପବନ

ସୂଚନାଯୋଗ୍ୟ, ବାତ୍ୟା ଅର୍ଣ୍ଣବର ଆନ୍ଧ ପ୍ରଦେଶର କାକିନାଡ଼ାରେ ଲ୍ୟାଣ୍ଡଫଲ କଲା ସତ କିନ୍ତୁ ଏହାର ପ୍ରଭାବରେ ଭୀଷଣରୁ ଭୀଷଣ ବର୍ଷା ଦକ୍ଷିଣ ଓଡ଼ିଶାରେ ହୋଇଥିଲା। ବିଶେଷ କରି ଗଞ୍ଜାମ ଓ ଗଜପତିରେ ସାଂଘାତିକ ବନ୍ୟା ସ୍ଥିତି ଦେଖିବାକୁ ମିଳିଥିଲା। ପାଖାପାଖି ତିନି ଦଶନ୍ଧି ପରେ ପ୍ରଳୟଙ୍କରୀ ବନ୍ୟାରେ ବୁଡ଼ିଲା ଗଞ୍ଜାମ ଜିଲ୍ଲା। ବନ୍ୟାର କ୍ଷତ ନ ସୁଖୁଣୁ ଆଉ ଏକ ବନ୍ୟା ପାଇଁ ପ୍ରସ୍ତୁତି ଜୋରଦାର କରିଛି ଜିଲ୍ଲା ପ୍ରଶାସନ।