ଭୁବନେଶ୍ୱର: ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ଭୟ। ଆହୁରି ଶକ୍ତିଶାଳୀ ହେଉଛି ସାମୁଦ୍ରିକ ଝଡ଼। ଗଭୀର ଅବପାତରୁ ଆଜି ଅର୍ଥାତ୍ ସୋମବାର ସାମୁଦ୍ରିକ ଝଡ଼ରେ ପରିଣତ ହେବାକୁ ଯାଉଛି ସିଷ୍ଟମ୍। ଏହାର ନାଁ ରହିବ ‘ଅକଭାନ୍’। ନଭେମ୍ବର ୧୭ରେ ଏହା ଭୀଷଣ ବାତ୍ୟା ଏବଂ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ। ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ଛୁଇଁପାରେ।

ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିପାରେ। ନଭେମ୍ବର  ତାରିଖ ରାତି ବେଳକୁ ଏହା ଆନ୍ଧ୍ର ଉପକୂଳ ନିକଟରେ ରହିବାର ଆକଳନ କରିଛି IMD। ମଡେଲ୍ରେ ନେଲ୍ଲୋରଠାରୁ ଟୁନି ମଧ୍ୟବର୍ତ୍ତୀ ଅଞ୍ଚଳକୁ ସମ୍ଭାବ୍ୟ ଗତିପଥ ଭାବେ ଦର୍ଶାଯାଉଛି। ବାପଟଲା ଓ ମଛଲିପଟନମ୍ ଅଞ୍ଚଳ ଉପରେ ମଧ୍ୟ ନଜର ରହିଛି।

IMDର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୧୯ ବେଳକୁ ବାତ୍ୟାର ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୪୫ କିଲୋମିଟର ଛୁଇଁପାରେ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଡ଼ ପବନ ଆଶଙ୍କା ରହିଛି।