ନୂଆଦିଲ୍ଲୀ, ୦୩/୦୯: ଗତବର୍ଷ ବା ୨୦୨୫ରେ ୭୦, ୫୦୦ରୁ ଅଧିକ ଦୁର୍ନୀତି ଅଭିଯୋଗ ଆସିଛି। ସବୁଠାରୁ ଅଧିକ ଦୁର୍ନୀତି ଅଭିଯୋଗ ବ୍ୟାଙ୍କ୍ ଏବଂ ରେଳପଥ ବିରୋଧରେ ରହିଛି ବୋଲି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଏହାର ରିପୋର୍ଟରେ ପ୍ରକାଶ କରିଛି।

ମୁଖ୍ୟ ଭିଜିଲାନ୍ସ ଅଧିକାରୀ (ସିଭିଓ)ମାନଙ୍କୁ ମିଳିଥିବା ୭୦,୫୮୪ଟି ଅଭିଯୋଗ ମଧ୍ୟରୁ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ୬୪,୯୦୫ଟି ଅଭିଯୋଗର ଫଇସଲା କରାଯାଇଥିଲା। ଗତବର୍ଷ ଶେଷ ସୁଦ୍ଧା ଅବଶିଷ୍ଟ ୫,୬୭୯ ଅଭିଯୋଗ ବିଚାରଧୀନ ଥିଲା । ସେଥିମଧ୍ୟରୁ ୨,୦୦୨ଟି ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ବିଚାରାଧୀନ ରହିଥିଲା । ସିଭିଓମାନଙ୍କ ନିକଟରେ ବିଚାରାଧୀନ ଥିବା ଅଭିଯୋଗଗୁଡ଼ିକର ଶୀଘ୍ର ଫଇସଲା ସୁନିଶ୍ଚିତ କରିବା ଲାଗି କମିଶନ ପର୍ଯ୍ୟାୟ କ୍ରମେ ସମୀକ୍ଷା କରିଥାନ୍ତି ।

ରିପୋର୍ଟ ଅନୁସାରେ, ବ୍ୟାଙ୍କଗୁଡ଼ିକର ସିଭିଓମାନଙ୍କ ଦ୍ୱାରା ସର୍ବାଦକ ୯,୯୩୩ ଟି ଅଭିଯୋଗ ଆସିଥିଲା। ସେଥୁମଧ୍ୟରୁ ୯,୫୨୦ଟିର ଫଇସଲା କରଯାଇଥିଲା ଏବଂ ୪୧୩ଟି ବିଚାରାଧୀନ ଥିଲା। ସେଥିମଧ୍ୟରେ ୫୨ଟି ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ପଡ଼ି ରହିଥିଲା। ୨୦୨୫ ଡିସେମ୍ବର ୩୧ ସୁଦ୍ଧା ସିଭିଓମାନଙ୍କୁ ରେଲୱେ ସମ୍ପର୍କିତ ୯,୩୮୧ଟି ଅଭିଯୋଗ ମିଳିଥିଲା I ସେଥିମଧ୍ୟରୁ ୮,୭୫୪ଟି ଫରସଲା କରାଯାଇଥିଲା ଏବଂ ୬୨୭ଟି ବିଚାରାଧୀନ ଥିଲା । ୧୦ଟି ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ପଡ଼ି ରହିଥିଲା ।

ସେହିପରି ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସହ ଜଡ଼ିତ ମୋଟ ୬,୫୩୧ଟି ଅଭିଯୋଗ ଆସିଥିଲା । ଦିଲ୍ଲୀର ଜାତୀୟ ରାଜଧାନୀ କ୍ଷେତ୍ର ସରକାର (ଜିଏନ୍ସିଟିଡି)କୁ ବାଦ୍ ଦେଇ ସ୍ଥାନୀୟ ସଂସ୍ଥାଗୁଡ଼ିକ ବିରୋଧରେ ୪, ୮୩୪ଟି ଅଭିଯୋଗ ରହିଥିଲା । ଏହି ସ୍ଥାନୀୟ ସଂସ୍ଥାଗୁଡ଼ିମ ମଧ୍ୟରେ ଦିଲ୍ଲୀ ଜଳ ବୋର୍ଡ, ଦିଲ୍ଲୀ ଷ୍ଟେଟ୍ ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଡେଭେଲେପମେଣ୍ଟ କର୍ପୋରେସନ ଲିମିଟେଡ୍, ଦିଲ୍ଲୀ ଟ୍ରାନ୍ସକୋ ଲିମିଟେଡ୍, ଦିଲ୍ଲୀ ପରିବହନ ନିଗମ, ଦିଲ୍ଲୀ ସହରାଞ୍ଚଳ ଆଶ୍ରୟ ସୁଧାର ବୋର୍ଡ, ଦିଲ୍ଲୀ ପର୍ଯ୍ୟଟନ ଓ ପରିବହନ ଉନ୍ନୟନ ନିଗମ, ଦିଲ୍ଲୀ ପୌର ନିଗମ ଏବଂ ନୂଆଦିଲ୍ଲା ପୌର ପରିଷଦ ଅନ୍ତର୍ଭୁକ୍ତ । ଏହି ଦୁର୍ନୀତି ନିବାରଣ ସଂସ୍କାର ରିପେର୍ଟ ଅନୁସାରେ, ଗତବର୍ଷ କୋଇଲା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀଙ୍କ ବିରୋଧରେ ୪,୧୧୮, ଅର୍ଥ କ୍ଷେତ୍ରରେ ୩,୧୦୭, ଦିଲ୍ଲୀ ସରକାରଙ୍କ ବିରୋଧରେ ୨, ୮୦୪ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ସମ୍ପର୍କିତ ୨,୭୨୨ଟି ଅଭିଯୋଗ ଆସିଥିଲା। ସେହିପରି ଦିଲ୍ଲୀ ପୁଲିସ ବିରୋଧରେ ମୋଟ ୨,୬୩୩, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବିରୋଧରେ ୨,୧୩୯ଟି, ଦିଲ୍ଲୀ ପୁଲିସକୁ ବାଦ୍ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମ୍ବନ୍ଧିତ ୨,୦୩୬ଟି ଅଭିଯୋଗ ଆସିଥିଲା।

Also Read :- ବଦଳିଲା ଷ୍ଟ୍ରେଟ୍ ଅଫ୍ ହୋର୍ମୁଜର ନାଁ ! ଏବେ 'ଟ୍ରମ୍ପ୍ ଷ୍ଟ୍ରେଟ୍' କହିଲେ ୟୁଏସ୍ ରାଷ୍ଟ୍ରପତି

ମାନବ ସମ୍ବଳ ବିକାଶ ବିରୋଧରେ ୨,୦୩୦ଟି, ଶ୍ରମ ମନ୍ତ୍ରଣାଳୟ ବିରୋଧରେ ୧,୮୯୪ଟି, ବୀମା କମ୍ପାନୀଗୁଡ଼ିକ ବିରୋଧରେ ୧,୫୩୬ଟି ଦୁର୍ନୀତି ଅଭଯୋଗ ଆସିଥିବା ବେଳେ ୧,୪୬୯ଟି ଟେଲି ଯୋଗଯୋଗ ସମ୍ପର୍କିତ ଥୁଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ପର୍କିତ ୧,୪୧୦ଟି, ଉପଭୋକ୍ତା ବ୍ୟାପର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ବିରୋଧରେ ୧,୧୨୩ଟି, ଇସ୍ପାତ ମନ୍ତ୍ରଣାଳୟ ସମ୍ବନ୍ଧିତ ୧,୦୨୩ଟି ଏବଂ ଡାକ ବିଭାଗ ବିରୋଧରେ ୧,୦୦୩ଟି ଅଭିଯୋଗ ଆସିଥିଲା। ୨୦୨୫ ମସିହାରେ ‘ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ପାଇଁ ସିଭିସି ପକ୍ଷରୁ ସିଭିଓମାନଙ୍କୁ ପଠାଯାଇଥିବା ଅଭିଯୋଗଗୁଡ଼ିକର ବିବରଣୀ ମଧ୍ୟ ଏହି ରିପୋର୍ଟରେ ପ୍ରଦାନ କରାଯାଇଛି ।