ନୂଆଦିଲ୍ଲୀ, ୦୩/୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ହୋର୍ମୁଜ ପ୍ରଣାଳୀକୁ ନେଇ ଅଜବ ଦାବି କରିଛନ୍ତି। ଏହାର ନାମ ତାଙ୍କ ନାମ ଅନୁସାରେ ‘ଟ୍ରମ୍ପ୍ ଷ୍ଟ୍ରେଟ୍’ ରଖିବାକୁ ସେ କହିଛନ୍ତି। ପୂର୍ବରୁ ସେ ହୋର୍ମୁଜ ପ୍ରଣାଳୀକୁ ଆମେରିକାର ନୂଆ ଅଞ୍ଚଳ ଭାବେ ଦର୍ଶାଇଥିଲେ। ଇରାନ ସହ ଯୁଦ୍ଧ ଚାଲିଥିଲା ବେଳେ ଆମେରିକା ବାରମ୍ବାର ମାନଚିତ୍ର ଜାରି କରି ହୋର୍ମୁଜ ଉପରେ ନିଜ ନିୟନ୍ତ୍ରଣକୁ ଜାହିର ପାଇଁ ଚେଷ୍ଟା କରିଥିଲା। ଏବେ ଏହାର ନାମ ଟ୍ରମ୍ପ୍ ଷ୍ଟ୍ରେଟ୍ ରଖିବାକୁ ଟ୍ରମ୍ପ୍ ଦାବି କରିଛନ୍ତି।

ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଲେଖିଛନ୍ତି, ହୋର୍ମୁଜ ପ୍ରଣାଳୀ ବର୍ତ୍ତମାନ ଆମେରିକା ନିୟନ୍ତ୍ରଣରେ ରହିଛି। ସେଥିପାଇଁ ଆମେ ଏହାର ନାମ ବଦଳାଇବାକୁ ଚାହୁଁଛୁ। ଏହାର ନାମ ଟ୍ରମ୍ପ୍ ଷ୍ଟ୍ରେଟ୍ ରଖାଯାଇ ପାରିବ କି ବୋଲି ପ୍ରଶ୍ନ କରିଛନ୍ତି। ଏଭଳି ନୂଆ ନାମ ବେଶ୍ ଭଲ ଲାଗିବ ବୋଲି ସେ ଦାବି କରିଛନ୍ତି।

Also Read :- ଆମେରିକା-ଇରାନ ଯୁଦ୍ଧରେ ପଶିଲା ଋଷିଆ...ଏବେ ଓ୍ୱାଶିଂଟନରେ ପଡ଼ିବ ମିସାଇଲ, ଉଡ଼ିବ ହ୍ୱାଇଟ୍ ହାଉସ୍ !

ଉଲ୍ଲେଖଯୋଗ୍ୟ, ଇରାନ ଏବଂ ଓମାନ ମଝିରେ ହୋର୍ମୁଜ ପ୍ରଣାଳୀ ରହିଛି। ଏହା ଏକ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ଜଳ ମାର୍ଗ । ବିଶ୍ୱ ଶକ୍ତି ଯୋଗାଣରେ ଏହାର ଉଲ୍ଲେଖନୀୟ ଭୂମିକା ରହିଛି। କିନ୍ତୁ ଯୁଦ୍ଧ ଯୋଗୁ ଏହି ଜଳ ମାର୍ଗ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏଠାରେ ଆମେରିକୀୟ ନୌସେନାର ଅବରୋଧ ଜାରି ରହିଛି। ଇରାନ ବି ଏହା ଉପରେ ନିୟନ୍ତ୍ରଣ ରଖିଛି। ଫଳରେ ହୋର୍ମୁ ଜ ଦେଇ ବାଣିଜ୍ୟିକ ଜାହାଜ ପ୍ରଭାବିତ ହୋଇଛି। ଏହାଯୋଗୁ ବିଶ୍ୱ ବ୍ୟାପୀ ଶକ୍ତି ସଙ୍କଟ ଜାରି ରହିଛି।

ସୂଚନାଯୋଗ୍ୟ, କିଛି ଦିନ ହେଲା ମଧ୍ୟ ପ୍ରାଚ୍ୟ ଶାନ୍ତ ଥିଲା । କିନ୍ତୁ ମଙ୍ଗଳବାର ଆମେରିକା ଷ୍ଟ୍ରେଟ୍ ଅଫ୍ ହରମୋଜ୍ ନିକଟରେ ଇରାନର ଆଇଆରଜିସି ବେସକୁ ଟାର୍ଗେଟ୍ କରିଥିଲା । ଆମେରିକା ସୈନ୍ୟଙ୍କ ଉପରେ ଆକ୍ରମଣ ପୂର୍ବରୁ ଆଇଆରଜିସିକୁ ଟାର୍ଗେଟ୍ କରାଯାଇଥିବା ୟୁଏସ ସେଣ୍ଟକମ୍ କହିଥିଲା । ଯାହାପରେ ଇରାନ ମଧ୍ୟ କାଉଣ୍ଟର ଆଟାକ୍ ଦେବା ଆରମ୍ଭ କରିଛି ।