ବାସୁଦେବପୁର ୬।୧୧: ଆଜି ହେଉଛି ଧନତେରସ । ମା’ ଲକ୍ଷ୍ମୀଙ୍କ ଶୁଭ ଦିନ । ଏହି ଦିନରେ ସୁନା ଗହଣା ହେଉ ଅବା ଛାଞ୍ଚୁଣି, କଉଡ଼ି, ମୟୁରପର, ଲୁଣ, ହଳଦୀ ଆଦି ଘରକୁ ଆଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଆଜି ଏହି ଧନତେରସରେ ବାସୁଦେବପୁର ସହରରେ ସୁନା ଗହଣା ଦୋକାନରେ ନାହିଁ ନଥିବା ଭିଡ଼ ଦେଖାଦେଇଥିବା ବେଳେ ଫୁଟପାଥରେ ଝାଡୁ ଦୋକାନରେ ମଧ୍ୟ ଏହି ଭିଡ଼ ପରିଲକ୍ଷିତ ହୋଇଛି ।

କାହାର ଧନ ଅଛି ସେ ସୁନା କିଣୁଛି ଆଉ ଯାହାର ଧନ ନାହିଁ ସେ ଠାକୁରଙ୍କ ବିଶ୍ୱାସରେ ଛାଞ୍ଚୁଣି ଟିଏ କିଣି ଘରକୁ ଯାଉଥିବା ଦେଖିବାକୁ ମିଳିଛି । କାହା କାଖରେ ଛାଞ୍ଚୁଣି ତ କାହା ହାତରେ ଆଉ କାହା ବାଇକ୍ ପଛରେ ଛାଞ୍ଚୁଣି ବନ୍ଧା ହୋଇଛି ।

Also Read:-ଜମି ରେଜିଷ୍ଟ୍ରି ପାଇଁ ଲାଞ୍ଚ ଅଭିଯୋଗ, ମହିଳା ସବ୍ ରେଜିଷ୍ଟ୍ରାରଙ୍କୁ ଧରିଲା ଭିଜିଲାନ୍ସ

ଆଜିର ଦିନରେ ସହରରେ ଥିବ ସୁନା ଗହଣା ଦୋକାନୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ଗରାଖକୁ ଆକୃଷ୍ଟ କରିବା ପାଇଁ କିଏ ବିଭିନ୍ନ ପୁରସ୍କାର ରଖୁଛନ୍ତି ତ ଆଉ କିଏ ସୁନା ଗଢ଼ା ମଜୁରୀ ୫୦ ପ୍ରତିଶତ ଛାଡ କରୁଛନ୍ତି । ଯାହାବି ହେଉ ଆଜି ସୁନା ଗହଣା, ଛାଞ୍ଚୁଣି କିଣିଲେ ଧନ ବଢିଥାଏ ବୋଲି ଲୋକଙ୍କ ବିଶ୍ୱାସ ଥିବାରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

Watch Video: