ଜଳେଶ୍ବର ୬।୧୧: ଭିଜିଲାନ୍ସ ଜାଲରେ ସବ୍ ରେଜିଷ୍ଟ୍ରାର । ଜମି ରେଜିଷ୍ଟ୍ରି ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍ ରେଜିଷ୍ଟ୍ରାର ଅଫିସର ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର । ବାରିପଦା ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ୍ର ଚଢ଼ାଉ ଜାରି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍ ରେଜିଷ୍ଟ୍ରାର ଅଫିସରେ ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର ଦୀର୍ଘ ୮ ମାସ ଧରି କାର୍ଯ୍ୟ କରି ଆସୁଛନ୍ତି । ସେ ବିଭିନ୍ନ ସମୟରେ ବିଭନ୍ନ କାମ ପାଇଁ ଲାଞ୍ଚ ନିଅନ୍ତି । ତେବେ ବାଲିଆପାଳ ଅଞ୍ଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କର ଜମିରେ ରେଜିଷ୍ଟ୍ରି କରିବା ପାଇଁ ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରବର୍ତ୍ତୀ ସମୟରେ ଗୁରୁବାର ୭ ହଜାର ଟଙ୍କାରେ ଡିଲ୍ ଫାଇନାଲ ହୋଇଥିଲା । ଏନେଇ ଜ୍ଞାନ ବାରିପଦା ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ।

Also Read:- ରାତିରେ ନାଟକ ଦେଖିବାକୁ ଯାଇଥିଲେ, ସକାଳୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ

ତେବେ ଆଜି ପାଖାପାଖି ୧୨ଟା ସମୟରେ ଜ୍ଞାନ ୭ ହଜାର ଟଙ୍କା ନେଇ ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ପାଖକୁ ଆସିଥିଲେ, ଟଙ୍କା ଦେଇଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ୍ ମାଡି ବସିଥିଲା । ୭ ହଜାର ଟଙ୍କା ଜବତ କରିବା ସହ ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ରକୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା ।