କରଞ୍ଜିଆ ୧୭।୦୪ : ଗଛ ମୂଳରେ ପଡ଼ିଛି ପାଣି ବୋତଲ, ହୁଡ଼ା କଡ଼ରେ ଥୁଆ ହୋଇଛି କଲେଜ ବ୍ୟାଗ୍ । ଆଉ ଗଛ ଡ଼ାଳରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ । ତେବେ କାହିଁକି ଏ ନିଷ୍ପତ୍ତି ଏବଂ କ’ଣ ଝୁଲିପଡ଼ିଲେ ପ୍ରେମୀ ଯୁଗଳ । ଆସନ୍ତୁ ପଢିବା ପୁରା ଖବର...

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା କାଳିଆପୋଷୀ ଗାଁ । ଏହି ଗାଁରେ ଶେଷ ଆଡ଼କୁ ଗୋଟିଏ କରଞ୍ଜ ଗଛ ରହିଛି । ଶୁକ୍ରବାର ସକାଳୁ ସକାଳୁ କିଛି ଲୋକ ଗାଁ ମୁଣ୍ଡକୁ ଯାଉଥିଲେ । ଏହି ସମୟରେ ଦେଖନ୍ତ କି, ଗାଁ ମୁଣ୍ଡରେ ଥିବା କରଞ୍ଜ ଗଛରେ ପୁଅ-ଝିଅଙ୍କ ମୃତଦେହ ଝୁଲୁଛି । ଏହାପରେ ପାଖକୁ ଯାଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଲା ଛାନ୍ ଭିନ୍ ।

Also Read:-Akshaya Tritiya 2026: ଅକ୍ଷୟ ତୃତୀୟାରେ ୧୦୦ବର୍ଷ ପରେ 'ଅକ୍ଷୟ ଯୋଗ' ; ଚମକିବ ଏହି ରାଶିଙ୍କ ଭାଗ୍ୟ !

ତେବେ ତଦନ୍ତରୁ ପୋଲିସକୁ ମୃତକ ଦୁଇ ଜଣ ପ୍ରେମୀ ଯୁଗଳ ବୋଲି ସୂଚନା ମିଳିଛି । ଝିଅଟିର ଘର ସ୍ଥାନୀୟ କାଳିଆପୋଷୀ ଗାଁରେ ହୋଇଥିବା ବେଳେ ପୁଅଟିର ଘର କରଞ୍ଜିଆ ଥାନା ସୁନାପୋଷି ବୋଲି ଜଣାପଡିଛି । ଉଭୟ ପ୍ରେମ ବ୍ୟାପାରକୁ ନେଇ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

ସେହିପରି ଠାକୁରମୁଣ୍ଡା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ପରେ ପୁରା ଘଟଣାର ସତ ଜଣାପଡିବ ବୋଲି ଆଶା କରାଯାଉଛି ।