ନୂଆଦିଲ୍ଲୀ, ୨୧। ୦୭ : ଲକଅପ୍ ସିଜିନ୍-୨ରେ ଏବେ ହାଇଭୋଲଟେଜ୍ ଡ୍ରାମା ଚାଲିଛି। ଏବେକାର ଏପିସୋଡରେ ପ୍ରତିଯୋଗୀ ଶ୍ରେୟା କାଲରା ରାମ କପୁରଙ୍କ ଉପରେ ଖପ୍ପା ଥିବା ଦେଖିବାକୁ ମିଳିଛି। ରାମ କପୁର ତାଙ୍କୁ କିସ୍ କରିବା ନେଇ ଶ୍ରେୟା ରାଗିଛନ୍ତି। ତେବେ ରାମ କପୁର କିସ୍ କରିବା ବେଳେ ଶ୍ରେୟା କିଛି କହିନଥିଲେ, ପରେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଗତ ସପ୍ତାହରେ ରାମ କପୁର ଏବଂ ଶ୍ରେୟା କାଲରା ସାଙ୍ଗ ହୋଇ ଗେମ୍ ଖେଳିଥିଲେ। ଶ୍ରେୟା କଣ୍ଟ୍ରୋଲର ଏବଂ ରାମ ଡିପେଣ୍ଡେଣ୍ଟ ହୋଇଥିଲେ। ଏହି ସମୟରେ ରାମଙ୍କୁ ଇଭିକ୍ସନରୁ ବଞ୍ଚାଇବାକୁ ଶ୍ରେୟା ଗେମ୍ ଖେଳିଥିଲେ। ଟାସ୍କ ଜିତିବା ପରେ ପରେ ରାମ ଖୁବ୍ ଉତ୍ସାହିତ ହୋଇପଡ଼ିଥିଲେ ଏବଂ ଶ୍ରେୟାଙ୍କୁ ବାରମ୍ଵାର କିସ୍ କରିଥିଲେ। ରାମ ଶ୍ରେୟାଙ୍କ ମଥା ଏବଂ ଗାଲକୁ ବହୁଥର କିସ୍ କରିଥିଲେ। ଯେଉଁଥିପାଇଁ ଶ୍ରେୟା ଏବେ ଖପ୍ପା ଅଛନ୍ତି। ଏହି ଘଟଣାକୁ ନେଇ ବିବାଦ ମଧ୍ୟ ଦେଖାଦେଇଛି। ଶିଳ୍ପା ସିନ୍ଦେଙ୍କ ସହ କଥା ହେବା ବେଳେ ଶ୍ରେୟା ଏହି କଥା ଉଠାଇଛନ୍ତି।

ଶ୍ରେୟା ନିଜର ଅସନ୍ତୋଷ ପ୍ରକାଶ ଆହୁରି କହିଥିଲେ, "ଯେତେବେଳେ ଶିବାଙ୍ଗୀ ଟାକ୍ସ କରୁଥିଲେ, ରାମ କପୁର ତାଙ୍କ ନିକଟତର ହୋଇଗଲେ। କିନ୍ତୁ ହର୍ଷଦ ତାଙ୍କୁ ଦୂରେଇ ରଖିଥିଲେ। "ଏଥର ଯଦି ରାମ କପୁର ମୋତେ କିସ୍ କରନ୍ତି ମୁଁ ତାଙ୍କୁ ମୁହଁରେ ମନା କରିବି। ତାଙ୍କ ମୁହଁକୁ ଧରିବି କହିବି ମୋ ବାପା ବି ମୋତେ ଏତେ କିସ୍ କରନ୍ତିନି।" ଶ୍ରେୟା ପୁଣି କହିଛନ୍ତି ଯେ, ମୁଁ ତାଙ୍କ ପାଇଁ ୩ଟି ଟାସ୍କ ଜିତିଛି ହେଲେ ମୋ ସପୋର୍ଟ ପାଇଁ ତାଙ୍କର ହାତ ଉଠୁନି। ଏମିତି ସିନିୟରଙ୍କୁ ମୁଁ ପୁଣି ସମ୍ମାନ ଦେବି ?