ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍ ରାଷ୍ଚ୍ରପତି ସି ଜିନପିଙ୍ଗଙ୍ଗ ସହ ଦ୍ୱିପାକ୍ଷୀୟ ବୈଠକକୁ ନେଇ କଂଗ୍ରେସ ରବିବାର ପ୍ରଶ୍ନ ଉଠାଇଛି। ପାର୍ଟି ଦ୍ୱିପାକ୍ଷୀୟ ସମ୍ପର୍କକୁ ନେଇ ସରକାରଙ୍କ ଦୃଷ୍ଟି ଓ ପଡୋଶୀ ଏସିୟ ଦେଶଙ୍କ ମାମଲାରେ ‘କହିବା ଓ କରିବା’ ରେ ମେଳ ହେଉନଥିବାରୁ ଏହି ପ୍ରଶ୍ନ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ପ୍ରେସ୍ ନୋଟ୍ ରେ ଭାରତ-ଚୀନ ସୀମାରେ ୨୦୨୦ରେ ହୋଇଥିବା ଝଗଡାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ ଭାରତ ପୂର୍ବ ଲଦ୍ଦାଖର କିଛି ଅଂଶରେ ପାରମ୍ପରିକ ପାଟ୍ରୋଲିଂ ଓ ଚାରଣ ଅଧିକାର ଚୀନକୁ ଅର୍ପଣ କରିଛନ୍ତି।

ରମେଶ ପ୍ରଶ୍ନ କରିଛନ୍ତି ଯେ ୧୯ ଜୁନ ୨୦୨୦ରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ କ୍ଷେତ୍ରକୁ କେହି ଅନୁପ୍ରେବଶ କରି ନାହାନ୍ତି। ଗଲୱାନ ଘାଟି ଝଗଡ଼ା ପରେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଭାରତର କଥାବାର୍ତ୍ତା ସ୍ଥିତିକୁ ଦୁର୍ବଳ କରିଛି। ଏଥିରେ ରମେସ ଲଦ୍ଦାଖ ଓ ଅଋଣାଚଳ ପ୍ରଦେଶରେ ଚୀନ୍ ର କଥିତ କ୍ଷେତ୍ରୀୟ ବିସ୍ତାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କଂଗ୍ରେସ ନେତା ଦାବି କରିଛନ୍ତି ଯେ ‘ଅଋଣାଚଳ ପ୍ରଦେଶରେ ଚୀନ୍ ଜବରଦଖଲ କରୁଥିବାର ଖବର ଆସୁଛି, ଏଥିରେ ଭାରତର ପାଟ୍ରୋଲିଂ ବିନ୍ଦୁ ପର୍ଯ୍ୟନ୍ତ ପହଞ୍ଚିବା କ୍ଷତି ଓ ଗତିରୋଧ ମଧ୍ୟ ସାମିଲ ରହିଛି। ଏହାଛଡା ଅଋଣାଚଳ ପ୍ରଦେଶ ଉପରେ ଚୀନ୍ ର ଆଭିମୁଖ୍ୟ ଆହୁରି କଡ଼ାକଡ଼ି ହୋଇଛି ଯେଉଁଥିରେ ଅଞ୍ଚଳର ନାମ ବଦଳାଇବା, ଯାହାକୁ ସେ ଦକ୍ଷିଣ ତୀବ୍ବତ ବୋଲି କହୁଛି ତା ଉପରେ ପୁଣି ହକ ଜମାଇବା ଓ ବ୍ରହ୍ମପୁତ୍ର ଗ୍ରେଟ ବେଣ୍ଡରେ ମେଡୋଗ ମେଗା ଡ୍ୟାମ ପ୍ରୋଜେକ୍ଟକୁ ଆଗକୁ ବଢାଇବା ରହିଛି’ ।

ଜୟରାମ ରମେଶଙ୍କ ଏହି ବୟାନ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତିଙ୍କୁ ସୀମାରେ ଶାନ୍ତି ଓ ସ୍ଥିରତା ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିବାର ଦିନକ ପରେ ଆସିଛି। ସେହିପରି କଂଗ୍ରେସ ନେତା ‘ଅପରେସନ ସିନ୍ଦୂର’ କାଳରେ ପାକିସ୍ତାନକୁ ଚୀନର କଥିତ ସମର୍ଥନ ମୋଦି ସରକାରଙ୍କ ନରମ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ୪ ଜୁଲାଇ ୨୦୨୫ରେ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ସିଂହ ସାର୍ବଜନିକ ଭାବେ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ସେନାକୁ ସହାୟତା କରିବାରେ ଚୀନ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେଇ ସେନାର ଆକଳନ ସମ୍ପର୍କରେ କହିଥିଲେ।

ହେଲେ ୨୫ଅଗଷ୍ଟ ୨୦୨୬ରେ ପୂର୍ବତନ ସିଡିଏସ୍ ଅନିଲ ଚୌହାନ ଭିଆଇଏଫରେ ଏକ ବକ୍ତୃତାରେ ଅଲଗା ଆଭିମୁଖ୍ୟ ଆପଣେଇଥିଲେ। ଭିଆଇଏଫ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ଅତ୍ୟନ୍ତ ଘନିଷ୍ଟତାର ସହ ସମ୍ପୃକ୍ତ। ଏହା ଛଡା କଂଗ୍ରେସ ନେତା ଚୀନ୍ ସହ ଭାରତର ଟ୍ରେଡ ଡେଫିସିଟ୍ ନେଇ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ‘ଆପଣ ଚୀନ ସହ ବାଣିଜ୍ୟିକ କ୍ଷତିକୁ ରେକର୍ଡ ସ୍ତର ପର୍ଯ୍ୟନ୍ତ କାହିଁକି ପହଞ୍ଚିବାକୁ ଦେଲେ?’ ୨୦୨୫-୨୬ରେ ଚୀନ ସହ ବାଣିଜ୍ୟିକ କ୍ଷତି ରେକର୍ଡ ୧୧୨.୬ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏଣୁ ଆମ ଉଦ୍ୟୋଗର ଏକ ବଡ଼ ଭାଗ ଖାସ କରି ଏମଏସଏମଇ ବର୍ବାଦ ହୋଇଯାଇଛି।

ଜରୁରି କଞ୍ଚାମାଲ, ମେନୁଫେକ୍ଚରିଂ କମ୍ପୋନେଣ୍ଟ ଓ ଇଣ୍ଟରମିଡିଏଟ ଲାଗି ଚୀନ୍ ଉପରେ ନିର୍ଭରଶୀଳତା ବିପଦଜନକ ସ୍ତରକୁ ପହଞ୍ଚି ଯାଇଛି। ରମେଶ ସରକାରଙ୍କ ଏହି ଅସ୍ୱୀକାର୍ଯ୍ୟ ସ୍ଥିତିକୁ ବଦଳିବାକୁ ଏହାର ରୋଡମ୍ୟାପ୍ ସମ୍ପର୍କରେ ପ୍ରଶ୍ନ କରିଛନ୍ତି।