ମୁମ୍ୱାଇ ୨୪।୦୪ : ଫିଲ୍ମରେ ଯେବେ ଆମେ ବଡ଼ ପରଦାରେ ଫାୟାରିଂ ହେବା କିମ୍ୱା ହିରୋ କି ଭିଲେନ ଶରୀରରେ ରକ୍ତ ବାହାରିବାର ଦେଖନ୍ତି ତ ଲୋମ ଟାଙ୍କୁରି ଉଠେ। ଏବେ ନିକଟରେ ଫିଲ୍ମ ‘ଧୁରନ୍ଧର’ ଆକ୍ସନ ସିନ ନେଇ ଏକ ଏମିତି ଖୁଲାସା ହୋଇଛି , ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଫିଲ୍ମର ଆକ୍ସନ ଡାଇରେକ୍ଟର ଏଜାଜ ଗୁଲାବ କହିଛନ୍ତି ଯେ, ସ୍କ୍ରିନରେ ଦେଖାଯାଉ ଥିବା ବୁଲେଟ୍ ହିଟ୍ ( ଗୁଳି ବାଜିବାର ଚିହ୍ନ) ପଛରେ କେତେ ଟେକ୍ନିକାଲର ପ୍ରଚେଷ୍ଟା ଓ ନିଆରା ଯୋଗାଡ଼ ଲୁଚି ରହିଥାଏ।

ଏକ ସାକ୍ଷାତକାରରେ ସେ ଖୁଲାସା କରିଛନ୍ତି ଯେ, ଏହାକୁ ବାସ୍ତବ ଭଳି ଦେଖାଇବା ପାଇଁ କଣ୍ଡୋମ ଓ ବିଶେଷ ଇଲେକ୍ଟ୍ରୋନିକ ଟ୍ରିଗର୍ସର ବ୍ୟବହାର କରାଯାଏ। ଏହା ଶୁଣିବାରେ ଅଜବ ଲାଗିପାରେ, କିନ୍ତୁ ସିନେମା ଦୁନିଆରେ ସୁରକ୍ଷା ଓ ରିଆଲିଟି ମଧ୍ୟରେ ବାଲାନ୍ସ କରିବାର ଏହା ଏକ ଖୁବ୍ ସଠିକ୍ ଉପାୟ। ଅନେକ ସମୟରେ ଲୋକଙ୍କୁ ମନେହୁଏ ଯେ, ଫିଲ୍ମରେ ଗୁଳି ବାଜିବାର ସିନ୍ କୌଣସି ସାଧାରଣ ଉପାୟରେ ଚିତ୍ରଣ କରାଯାଏ, କିନ୍ତୁ ଏଜାଜ୍ ଗୁଲାବ କୁହନ୍ତି ଯେ, ଏହା ସଂପୂର୍ଣ୍ଣ ରୂପେ ଏକ ଟେକ୍ନିକାଲ ପ୍ରକ୍ରିୟା। ଏହାକୁ ବୁଲେଟ୍ ହିଟ୍ ଇଫେକ୍ଟ କୁହାଯାଏ, ଏଥିରେ ଆକ୍ଟରଙ୍କ ପୋଷାକ ତଳ ଏକ ଛୋଟିଆ ସେଟ୍ଅପ୍ ଲଗାଯାଇ ଥାଏ। ଯେବେ ସିନରେ ଗୁଳି ଚାଲେ , ତ ଏକ ରିମୋର୍ଟ କଣ୍ଟ୍ରୋଲ କିମ୍ୱା ଇଲେକ୍ଟ୍ରନିକ ଟ୍ରିଗର ମାଧ୍ୟମରେ ଏହି ସେଟଅପରୁ ବ୍ଲାଷ୍ଟ କରାଯାଏ,ଯେଉଁଥିରୁ ପରଦାରେ ଏମିତି ଲାଗେ ଯେ, ଯେମିତି ସତରେ ଗୁଳି ଶରୀର ଦେଇ ଚାଲି ଯାଇଛି।


ଏଜାଜ କହିଛନ୍ତି ଯେ,ଏହି ପୂରା ଇଫେକ୍ଟକୁ ସୁରକ୍ଷିତ ଓ ପ୍ରଭାବଶାଳୀ କରିବାରେ ଅନେକ ସମୟରେ କଣ୍ଡୋମର ବ୍ୟବହାର କରାଯାଏ। ଏହା ଭିତରେ ନକଲି ରକ୍ତ(ନାଲି ରଙ୍ଗର ଲିକ୍ୱିଡ୍) ପୂରାଇ ଦିଆଯାଏ। କାରଣ କଣ୍ଡୋମର ମାଟେରିଆଲ୍ ବହୁତ ପତଳା ଓ ଫେକ୍ସିବଲ ହୋଇଥାଏ, ଏଥିପାଇଁ ଯେବେ ଏହା ପଛରେ ଲାଗିଥିବା ଛୋଟିଆ ସ୍କ୍ୱିବ୍ ଫାଟିଥାଏ, ତ ଏହା ବିନା କୌଣସି ଅସୁବିଧାର ରକ୍ତ ଛିଟା ବିଛେଇ ହୋଇ ଯାଏ ,ଆଉ ଏହା ଅସଲି ପରି ଦେଖାଯାଏ। ଏହା ଟେକ୍ନିକାଲ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବ୍ୟବହୃତ ହେଉଛି , କାରଣ ଏହା ଶସ୍ତା ମଧ୍ୟ ଓ ସୁରକ୍ଷିତ ମଧ୍ୟ।

ହେଲେ ଆକ୍ସନ ସିନ୍ ସୁଟ୍ ଯେତେ ରୋମାଞ୍ଚକ , ସେତେ ବିପଜ୍ଜନକ ମଧ୍ୟ ହୋଇଥାଏ। ଏଜାଜ କୁହନ୍ତି , ଆକ୍ଟରଙ୍କ ତ୍ୱଚାକୁ କୌଣସି ପ୍ରକାରର ବିଦ୍ୟୁତ ଝଟକା କିମ୍ୱା ଜ୍ୱଳନରୁ ସୁରକ୍ଷା ପାଇଁ ଅନେକ ସେଫ୍ଟି ଲେୟର୍ସର ବ୍ୟବହାର କରାଯାଏ। ପୋଷାକ ତଳେ ମିଟେଲର ପ୍ଲେଟ୍ସ କିମ୍ୱା ବିଶେଷ କରି ପାଡିଙ୍ଗ ଲଗାଯାଏ ,ଯାହାକି ଯେବେ ଧମକା ହେବ ତ ଏହାର ପ୍ରଭାବ ଯେମିତି ଆକ୍ଟରଙ୍କ ଶରୀରରେ ନପଡ଼ୁ। ଟାଇମିଂ ମଧ୍ୟ ସଠିକ୍ ହେବା ଦରକାର। ଯଦି ଟ୍ରିଗର ଏକ ସେକେଣ୍ଡ ବି ଏପଟ ସେପଟ ହୋଇଯାଏ , ତ ପୂରା ସିନ୍ ଓ ସୁରକ୍ଷା ଉଭୟ ବିଗିଡ଼ି ଯାଏ।

Also Read-Virat Kohliଙ୍କ ‘ଲାଇକ୍ କଣ୍ଟ୍ରୋଭର୍ସି’ରେ ନୂଆ ଟ୍ବିଷ୍ଟ, କ’ଣ କହିଲେ କ୍ରିକେଟରଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ?