ଭୁବନେଶ୍ଵର:  କ୍ୟାମ୍ପେନିଂରେ କମ୍ପୁଛି  ସାରା କ୍ୟାମ୍ପସ। ହାତରେ କମ ସମୟ ଥିବାରୁ ସରଗରମ  ହୋଇଛି   ରାଜ୍ୟର  ଚର୍ଚ୍ଚିତ ବାଣୀବିହାର କ୍ୟାମ୍ପସ ପଲିଟିକ୍ସ। ଏହା ମଧ୍ୟରେ  ବାଣୀବିହାରରେ ବୋମା ଆତଙ୍କର ଭୟ  ସୃଷ୍ଟି କରାଯାଉଥିବା   ଅଭିଯୋଗ ଆଣିଛନ୍ତି ଛାତ୍ର ଛାତ୍ରୀ। ଗତକାଲି ରାତିରେ  ବୋମା କି ବାଣ ଫୁଟିଲା ତାକୁ ନେଇ ସନ୍ଦେହରେ ପୋଲିସ। ବିଶ୍ଵ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହେଲେ ସଭିଙ୍କ ନଜର ଜେନି ଜି ଭୋଟରଙ୍କ ଉପରେ।

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମ ହୋଇଛି ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ। ଯାହାକୁ ନେଇ ରାଜନିତୀ  ବି ଉଷ୍ଶ ହୋଇଛି।  ସେପଟେ ହାତରେ କମ ସମୟ ଥିବାରୁ   ରାଜଧାନୀର ବିଭିନ୍ନ କଲେଜ କ୍ୟାମ୍ପସରେ  କ୍ୟାମ୍ପେନକୁ ଜୋଦାରର କରିଛନ୍ତି ପ୍ରାର୍ଥୀ।  ବିଶେଷ କରି କ୍ଲାସ କ୍ୟାମ୍ପେନକୁ ଜେରାଦାର କରିଛନ୍ତି ବିଭିନ୍ନ ଦଳର  ପ୍ରାର୍ଥୀ।  ତେବେ ବାଣୀବିହାରରେ  ଏଥର  ହେବ ତ୍ରିମୁଖୀ   ଲଢେଇ। ଏବିଭିପି, ବିସିଜେଡି, ଏନଏସୟୁଆଇ ମଧ୍ୟରେ ହେବା କଡ଼ା ଟକ୍କର। ବ୍ୟାନର ପୋଷ୍ଟରରେ ଛାଇ   ହୋଇ ଯାଇଛି ପୂରା  କ୍ୟାମ୍ପସ । ମେନ ଗେଟ, କ୍ୟାଣ୍ଟିନ, ହଷ୍ଟେଲ ସବୁଠି  ପିଲାଙ୍କ  ହାତ ଯୋଡା   ମୁଦ୍ରାରେ ବଡ   ପୋଷ୍ଟର ଲାଗିଛି।

ଭୋଟରଙ୍କୁ ପ୍ରତିଶ୍ରୁତିର ପାହାଡ଼। । ଉତ୍କଳ ବିଶ୍ୱବିଦ୍ୟାଳୟରେ ଆର ପାର ଲଢେଇ। ପୁରୁଣା ଛାତ୍ର ନେତା କ୍ୟାମ୍ପସରେ ନିର୍ବାଚନୀ ଗୋଟି ଚଳାଉଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର NIRF ରାଙ୍କିଙ୍ଗ ହେଉ କି ଗବେଷଣା, କ୍ୟାମ୍ପସ ସୁରକ୍ଷା ପ୍ଲେସମେଣ୍ଟ, ଭିତ୍ତିଭୂମିରେ ଭଳି ପ୍ରତି ଶ୍ରୁତିର ପାହାଡ଼  ଠିଆ କରୁଛନ୍ତି ବିଭିନ୍ନ ଦଳର ପାର୍ଥୀ।  କ୍ଲାସରୁ କ୍ଲାସ ରୁମ୍ ଯାଇ  ଜୋରଦାର ପ୍ରଚାର କରି ଚାଲିଛନ୍ତି  ତିନି ଦଳ।

ପ୍ରଶ୍ମ ବାଣୀ ବିହାର ଗଡ କାହାର ହେବ?  ଛାତ୍ର  ଜୀବନରେ  ଛାତ୍ର ସଂସଦ ନିର୍ବାଚନ  ଦେଖି ନଥିବା ନୂଆ ପିଢ଼ିର  ଛାତ୍ର ଛାତ୍ରୀଙ୍କ ପାଇଁ ନୂଆ ଅନୁଭୂତି ଆଣି ଦେଇଛି ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନ।  ନାରାବାଜି, କ୍ୟାମ୍ପେନ, ପୋଷ୍ଟର୍ ବ୍ୟାନର  ସହ  ରିକ୍ସ କରି ସୋସିଆଲ ମିଡିକାରେ ପୋଷ୍ଟ କରି ଭୋଟ ଭିକ୍ଷା କରୁଥିବା ଦେଖିବାକୁ  ମିଳିଛି।   କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସରେ ଛାଇ ଯାଇଛି  ପୁରା ବାଣୀବିହାର କ୍ୟାମ୍ପସ।