ଭୁବନେଶ୍ୱର ୩୧।୧୦ : ବନ୍ୟା ସ୍ଥିତିର ସମୀକ୍ଷା । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ତେବେ ଏହି ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହିତ କଥା ହେଲେ। ନିଖୋଜ ୧୨ ଜଣଙ୍କୁ ଉଦ୍ଧାର କରିବା ପାଇଁ ରେଲବାଇର ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର। ସେଠି ଜୀବନ ଅଛି କି ନାହିଁ ବାୟୁସେନାର ଏକ ହେଲିକପ୍ଟର ଯାଉଛି। ଭୁବନେଶ୍ବର ଏୟାରପୋର୍ଟରୁ ସମ୍ପୃକ୍ତ ସ୍ଥାନକୁ ଯାଉଛି। ଲୋକଙ୍କ ଜୀବନ ଅଛି କି ନାହିଁ ସମ୍ପୃକ୍ତ ହେଲିକପ୍ଟର ସ୍କାନ୍ କରିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Also Read:-ଓଡିଶା ଇତିହାସରେ ପାତ୍ରପୁର ଦେଖିଲା ଚତୁର୍ଥ ବଡ଼ ବର୍ଷା, ଗଞ୍ଜାମରେ ପ୍ରଳୟର କାରଣ କହିଲେ SRC

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଖୋଜ ଲୋକଙ୍କୁ ଖୋଜିବାକୁ ଲାଇଭ ଡିଟେକ୍ସନ  ୟୁନିଟର ସହାୟତା ନେବେ ରାଜ୍ୟ ସରକାର । ଲାଇଭ ଡିଟେକ୍ସନ ୟୁନିଟ ସହ ଏକାଠି ଉଡିବ ବାୟୁସେନାର ହେଲିକପ୍ଟର । ପୁରା ଅଞ୍ଚଳରେ କଡ଼ା ନଜର ରଖିବ ଏହି ଦୁଇ ୟୁନିଟ ।