ଭୁବନେଶ୍ୱର ୧୭।୦୮ : ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ । ତାହା ପୁଣି ହେଲିକପ୍ଟରର ନୁହେଁ, ବୋଟ୍ ଜରିଆରେ ବିଭିନ୍ନ ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଆଦି ଉପସ୍ଥିତ ରହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଉତ୍ତର ଓଡ଼ିଶା ବନ୍ୟା ସ୍ଥିତି ସଙ୍ଗୀନ । ଖାସ୍ କରି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଚିନ୍ତାଜନକ ରହିଛି । ଖାସ୍ କରି ତଳିଆ ଅଞ୍ଚଳରେ ପାଣି ପଶି ଲୋକେ ହନ୍ତସନ୍ତ ହେଉଛନ୍ତି । ଏହିକ୍ରମରେ ବୈତରଣୀ, ସାଳନ୍ଦୀ, କାଣୀ ଆଦି ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ତଳେ ପ୍ରଭାହିତ ହେଉଛି । ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ପାଣି ଛାଡ଼ି ଯାଇଥିବା ଅଞ୍ଚଳରେ ଏବେ ଜଳମଗ୍ନ ହୋଇଛି । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ବନ୍ୟାଞ୍ଚଳ ବୁଲିଛନ୍ତି । ପ୍ରଥମେ ଯାଜପୁରରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ବୋଟ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ । ଯାଜପୁରର ବିଭିନ୍ନ ଅଞ୍ଚଳ ବୁଲିବା ପରେ ଭଦ୍ରକ ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ ।

Watch Video:-

​​​​​​​