ଭୁବନେଶ୍ବର ୧୫।୪: ଯେତେବେଳେ ମହିଳା ନେତୃତ୍ୱ ନିଅନ୍ତି, କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ ବରଂ ରାଷ୍ଟ୍ରକୁ ସଶକ୍ତ କରନ୍ତି । ଭୁବନେଶ୍ୱର ଠାରେ ଆୟୋଜିତ ‘ନାରୀ ଶକ୍ତି ବନ୍ଦନ’ ସମ୍ମିଳନୀରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଯେଉଁଠି ନାରୀ ସମ୍ମାନିତ ହୁଅନ୍ତି ସେଠାରେ ଦେବତା ବାସ କରନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ କେନ୍ଦ୍ର ସରକାରଙ୍କ ସବୁଠାରୁ ବଡ଼ ପଦକ୍ଷେପ । ଏହି ଅଧିନିୟମ କୋଟି କୋଟି ମହିଳାଙ୍କ ପାଇଁ ହେଉଛି ସ୍ବପ୍ନର ଉଡ଼ାଣ । ଯେତେବେଳେ ମହିଳା ନେତୃତ୍ୱ ନିଅନ୍ତି, କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ ବରଂ ରାଷ୍ଟ୍ରକୁ ସଶକ୍ତ କରନ୍ତି ।

୨୦୨୯ରେ ଲୋକସଭା ଏବଂ ବିଧାନସଭାରେ ଏକ ତୃତୀୟାଂଶ ସିଟ୍‌ରେ ପ୍ରତିନିଧିତ୍ବ କରିବାକୁ ସୁଯୋଗ ମିଳିବ । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା । ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମହିଳା ପଞ୍ଚାୟତରାଜ ବ୍ୟବସ୍ଥାରେ ପ୍ରତିନିଧିତ୍ବ କରିଛନ୍ତି । ଏହି ବିଲ୍ ଲାଗୁ ହେଲେ ଏହି ସଂଖ୍ୟା ଆହୁରି ବ୍ୟାପକ ହେବ ।

Also Read:- Fake Notes Seized by Sonepur Police: କୁଆଡ଼େ ଯାଉଥିଲା ଏତେ ପରିମାଣର ନକଲି ନୋଟ୍ ? ନେଣଦେଣ ବେଳେ ଧରାପଡ଼ିଗଲେ ଦୁଇ

ସର୍ବ ଭାରତୀୟ ସ୍ତରରେ ମହିଳ ମାନଙ୍କର ବିଶେଷ ସ୍ଥାନ ରହିଛି । ପିଏମ୍ ମୁଦ୍ରାରେ ୬୯%, ପିଏମ ଆୱାସରେ ୭୨%, ୪୩% ଗ୍ରାଜୁଏଟ, ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତରେ ପଢୁଛନ୍ତି । ପ୍ରାଥମିକ ଶିକ୍ଷାରେ ୫୫%ରୁ ୬୫% ହେଉଛନ୍ତି ଶିକ୍ଷକ, ଉଚ୍ଚ ଶିକ୍ଷାରେ ୪୫% ହେଉଛନ୍ତି ମହିଳା ଶିକ୍ଷକ । ସୁଭଦ୍ରା ଏକ ସହାୟତା ରାଶି ନୁହେଁ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାର ଏକ ପ୍ରୟାସ । ଚତୁର୍ଥ କିସ୍ତି ଟଙ୍କା ଏକ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ ହୋଇଛି, ମୋର କନ୍ୟା ନାହିଁ, ଯାହା ଦୁର୍ଭାଗ୍ୟଜନକ । ୨୦୧ କନ୍ୟାଙ୍କୁ କନ୍ୟା ଦାନ କରିବାର ସୁଯୋଗ ଆସିଲା । ଗରିବ ପରିବାରରେ ଝିଅ ଜନ୍ମ ହେଉଛି ତେବେ ତାହା ବୋଝ ହେଉଛି । ତେଣୁ ସେଥିପାଇଁ ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ।