ଭୁବନେଶ୍ବର ୧୩।୧୧: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କୁଞ୍ଜଲତା ନନ୍ଦ ହତ୍ୟା ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ । କୁଞ୍ଜଲତା ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ କେୟାର ଟେକର୍ ବଳଭଦ୍ର । କେମିତି, କେଉଁ ପରିସ୍ଥିତିରେ କୁଞ୍ଜଲତାଙ୍କୁ ମାରିଥିଲା କେୟାର ଟେକର ବଳରାମ ପୋଲିସ ଆଗରେ ତାର ଡେମୋ ଦେଖାଇଛି ।

ଗତ ୩ ତାରିଖରେ ଅତି ନିର୍ମମ ଭାବେ ବୃଦ୍ଧାଙ୍କୁ ହତ୍ୟା କରିଥିଲା କେୟାର ଟେକର୍ ବଳଭଦ୍ର ମହାରଣା । ହତ୍ୟାର ୭ ଦିନ ପରେ ଗୁଜରାଟର ସୁରଟରୁ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ନିକଟରୁ ଲୁଟ୍ ଟଙ୍କା, ସୁନା ଅଳଙ୍କାର ଓ ସ୍କୁଟି ଜବତ କରିଛି ପୋଲିସ । ବ୍ରହ୍ମଗିରିରେ ବଳଭଦ୍ର ଜଣେ ବନ୍ଧୁଙ୍କ ଘରେ ଏହି ଲୁଟ୍ ସାମଗ୍ରୀକୁ ଲୁଚାଇ ରଖିଥିଲା । ଗହଣା ମଧ୍ୟରେ ରହିଛି ୫୨ଟି ସୁନା କୋଟେଡ୍ ତାସ୍ । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ l ଏହା ସହିତ ରୁପା ବାସନ ମଧ୍ଯ ଜବତ କରିଛି କମିସନରେଟ ପୋଲିସ ।

ଗତ ନଭେମ୍ବର ମାସ ୪ ତାରିଖରେ ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଅଭିଯୋଗକାରୀଙ୍କ ଶାଶୂ ତଥା ମୃତ ବୃଦ୍ଧା କୁଞ୍ଜଲତା ନନ୍ଦ ନିଜ ଘରେ ଏକା ରହୁଥିଲେ । ତାଙ୍କର ଯତ୍ନ ନେବା ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ବଳଭଦ୍ର ମହାରାଣାଙ୍କୁ କେୟାରଟେକର ଭାବେ ନିୟୋଜିତ କରାଯାଇଥିଲା । ୪ ତାରିଖ ସକାଳେ ଘରର କବାଟ ଭିତରୁ ବନ୍ଦ ରହିଥିବା ଦେଖି ଭଡ଼ାଟିଆ ମାନେ ସନ୍ଦେହ କରି ବୃଦ୍ଧାଙ୍କ ଝିଅଙ୍କୁ ଖବର ଦେଇଥିଲେ । ସୂଚନା ପାଇ ସକାଳ ପ୍ରାୟ ୮ଟା ସମୟରେ ପରିବାର ଲୋକେ ପହଞ୍ଚି ପୋଲିସ କଣ୍ଟ୍ରୋଲ୍ ରୁମ୍ (PCR)କୁ ଜଣାଇଥିଲେ । ପୋଲିସ ଉପସ୍ଥିତିରେ ଗ୍ରୀଲ୍ କବାଟ ଭଙ୍ଗାଯାଇ ଭିତରକୁ ଯିବାପରେ କୁଞ୍ଜଲତା ନନ୍ଦଙ୍କୁ ଗୁରୁତର ଆହତ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

AlsoRead:-ବକେୟା ପାଇଁ ସରକାରୀ ଅଫିସ୍ ସମ୍ପତ୍ତି ଜବତ, ମୃତ ଠିକାଦାରଙ୍କ ପରିବାରକୁ ମିଳିବ ୧.୩୭ କୋଟି

ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ କେୟାର ଟେକର ମୁଖ୍ୟ ଅଭିଯୁକ୍ତ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର କେୟାର ଟେକର ବଳଭଦ୍ର ମହାରାଣା ଓରଫ ବଳିଆଙ୍କୁ ୭ ଦିନ ପରେ ପୋଲିସ ଭଦୋଦରାରୁ ଗିରଫ କରିଥିଲା । ତାକୁ ଗିରଫ କରାଯାଇ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ପଚରାଉଚରା ଜାରି ରଖିଛି ।

ତେବେ ତଦନ୍ତରୁ ଜଣାପଡିଥିଲା ଯେ, ଲୁଟ୍ ହୋଇଥିବା ସୁନା, ରୁପା ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ମହିଳା କିଣିଥିଲେ । ସପୃକ୍ତ ମହିଳାଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ଏ ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।