ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଓଡିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ୨୦୨୬ ମେ ୧୫ ତାରିଖରେ ମୁକ୍ତିଲାଭ କରିଛି। ଓଡିଶାର ମହାନ ପାରମ୍ପରିକ ଐତିହ୍ୟ ଓ କାରିଗରୀ କୌଶଳକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ କରମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Also Read: ଅମିତାଭ ବଚ୍ଚନଙ୍କ ଫିଲ୍ମ ଉପରେ ବ୍ୟାନ ଲଗାଇଥିଲା ଏହି ଦେଶ: ଲୁଚାଛପାରେ ଦେଖୁଥିଲେ ଲୋକେ

ଏହା ପୂର୍ବରୁ ଓଡ଼ିଶାର ବର୍ତ୍ତମାନ ସରକାର ହେଉ କି ପ୍ରାକ୍ତନ ସରକାର ଦ ସାବରମତୀ ରିପୋର୍ଟ(୨୦୨୪), ଦମନ(୨୦୨୨), ଜ୍ଵିଗାଟୋ(୨୦୨୩), ଦ କାଶ୍ମୀର ଫାଇଲ୍ସ(୨୦୨୨), ସୁପର ୩୦(୨୦୧୯) ଆଦି ଫିଲ୍ମ ଉପରୁ କରମୁକ୍ତ ଘୋଷଣା କରିଥିଲେ।

କାହିଁକି କରାଯାଏ କର ମୁକ୍ତ ବା ଟ୍ୟାକ୍ସ ଫ୍ରି?

ଯେତେବେଳେ କୌଣସି ଫିଲ୍ମକୁ ସରକାର ଟ୍ୟାକ୍ସ ଫ୍ରି କରନ୍ତି, ସେତେବେଳେ ସିନେମା ହଲ୍ ଟିକେଟ୍ ଉପରୁ ରାଜ୍ୟ ସରକାରଙ୍କ GST (SGST) ଭାଗଟି ଛାଡ଼ ହୋଇଯାଏ। ଫଳରେ ଟିକେଟ୍ ଦାମ୍ ଶସ୍ତା ହୁଏ ଏବଂ ଅଧିକରୁ ଅଧିକ ଲୋକ ସେହି ଚଳଚ୍ଚିତ୍ରକୁ ଦେଖିପାରନ୍ତି।