ନୂଆଦିଲ୍ଲୀ, ୧୨/୦୯ : କିଛି ସମୟ ପରେ ଭାରତରେ ପହଁଚିବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ସେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ । ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ତେବେ ଭାରତ ଗସ୍ତ ପୂର୍ବରୁ ଚୀନ୍ ବୟାନ ଜାରି କରିଛି । ଦୁଇ ଦେଶର ସମ୍ପର୍କକୁ ନେଇ ଡ୍ରାଗନ୍ ବଡ଼ କଥା କହିଛି ।

ଚୀନ୍ କହିଛି ଯେ, ଦୁଇ ଦେଶ ମଧ୍ୟରେ ମତଭେଦ ରହିଛି । ଏହାର ସମାଧାନ ହେବା ଆବଶ୍ୟକ । ଦୁଇ ପଡୋଶୀ ଦେଶ ଏକାଠି ହୋଇ ଆଗକୁ ବଢିବା ଦରକାର । ସାଙ୍ଗ ହୋଇ ଆଗକୁ ବଢିଲେ ଖୁବ୍ ଭଲ ହେବ । ଏହାସହ ଆଲୋଚନା ବଢାଇବା ପାଇଁ ମଧ୍ୟ ବେଜିଂ ଗୁରୁତ୍ୱ ଦେଇଛି ।

ଭାରତରେ ଅବସ୍ଥିତ ଚୀନ୍ ରାଷ୍ଟ୍ରଦୂତ ୟୁ ଫେଇହୋଙ୍ଗ୍ କହିଛନ୍ତି ଯେ, ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ । ଚୀନ୍ ଭାରତ ସହ ମଜବୁତ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି । ଉଭୟ ଦେଶ ପରସ୍ପରର ସହଯୋଗରେ ଆଗକୁ ବଢିବା ଦରକାର । ଚୀନ ମଧ୍ୟ ଏନେଇ ସକରାତ୍ମକ ରହିଛି । ରଣନୀତି ଦୃଷ୍ଟିକୋଣରୁ ବେଜିଂ ଭାରତ ସହ କାମ କରିବାକୁ ଆଗ୍ରହୀ ଅଛି ।

Also Read :- ଇସ୍ରାଏଲ ପକାଇଲା ସବୁଠୁ ଭୟଙ୍କର ବୋମା ! ଆସିଲା ଭୂମିକମ୍ପ, ଥରି ଉଠିଲା ମାଟି

ସେ ଆହୁରି କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ କୌଁଣସି କଥାକୁ ନେଇ ମତଭେଦ ଥାଇପାରେ । କିନ୍ତୁ ଏଥିପାଇଁ ଆଲୋଚନା ବନ୍ଦ ନହେବା ଦରକାର । ବେଜିଂ ଭାରତ ସହ ଦୀର୍ଘଦିନ ଧରି ଉତ୍ତମ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଥିବା ସେ ଏକ୍ସରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତ ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବଡବଡ ନେତା ସାମିଲ ହେଉଛିନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଆସିଛନ୍ତି । ଏହାସହ ଏସିଆର ମହାଶକ୍ତିମାନେ ୟୁରୋପକୁ ବଡ ବାର୍ତ୍ତା ଦେଉଛନ୍ତି ।