ରାଇରଙ୍ଗପୁର ୨୦।୬: ମୟୁରଭଞ୍ଜ ରାଇରଙ୍ଗପୁରରେ ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବ । ଏହି ଉତ୍ସବରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଆଜିର ଦିନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଦୁଇ ରାଷ୍ଟ୍ର ମୁଖ୍ୟ ଉପସ୍ଥିତ ଥିବାରୁ ଓଡ଼ିଶା ପାଇଁ ଗୌରବ ମୟ ମୁହୂର୍ତ୍ତ । ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ପାଇଁ ସୁଖଶାନ୍ତି କାମନା କରୁଛି । ପ୍ରଧାନମନ୍ତ୍ରୀଙ୍କୁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ତରଫରୁ ସ୍ୱାଗତ କରୁଛି ।

Also Read:- ବ୍ଲକ୍ ପ୍ରଶାସନ-ସରପଞ୍ଚ ଚାମେଲି ଓଝା ବିବାଦ : ଆଉ ଜଣେ ଗିରଫ, ୩ରେ ପହଞ୍ଚିଲା ସଂଖ୍ୟା

ସରକାର ଶପଥ ଗ୍ରହଣ ସମାବେଶରୁ ଆଜି ପର୍ଯ୍ୟନ୍ତ ଅଷ୍ଟମ ଥର ଓଡ଼ିଶା ଆସିଛନ୍ତି । ସବୁବେଳେ ଓଡ଼ିଶା ପାଇଁ ଭେଟି ନେଇ ଆସିଛନ୍ତି । କିଛି ଦିନ ତଳେ କେନ୍ଦ୍ରରେ ୧୨ ବର୍ଷ ପୂର୍ତ୍ତି କରିଛି । ଏହା ନିଶ୍ଚିତ ବେମିଶାଲ । ସମସ୍ତଙ୍କ ମନରେ ମୋଦିଙ୍କ ଅଂଶ ଅଛି ।

ଉଚ୍ଚଶିକ୍ଷାରେ ଆରକ୍ଷଣ ଲାଗୁ, କେଜିରୁ ପିଜି ଦେୟମୁକ୍ତ କରାଯାଇଛି, ମେକ୍ ଇନ୍ ଓଡ଼ିଶାରୁ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି । ୩.୧୧ ଲକ୍ଷ କୋଟି ପ୍ରକଳ୍ପ ଶିଳାନ୍ୟାସ ୨ ଲକ୍ଷ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୨୯ ଜିଲ୍ଲାରେ ଶିଳ୍ପ ହୋଇଛି, ରୋଜଗାର ପାଇଁ ଓଡ଼ିଶା ଲୋକ ବାହାରକୁ ଯିବେନି ବରଂ ବାହାରୁ ଓଡ଼ିଶାକୁ ଆସିଛନ୍ତି । ଓଡ଼ିଶାରେ ଏବେ ରିଭର୍ସ ମାଇଗ୍ରେସନ ଆରମ୍ଭ ହୋଇଛି । ୯୦ ହାଜର କୋଟି ଟଙ୍କାର ରେଳ, ୪୯ ହଜାର କୋଟି ସଡ଼କ ପ୍ରକଳ୍ପ କେନ୍ଦ୍ରରୁ ମିଳିଛି, ଆର୍ଥିକ କରିଡର ଏବଂ ରାଜ୍ୟରେ ପ୍ରଗତି ପାଇଁ ଆମ ଉଦ୍ୟମ କମ ହେବ ନାହିଁ । ସମସ୍ତଙ୍କ ଉଦ୍ୟମରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସମ୍ଭବ, ଆପଣଙ୍କ ମାର୍ଗଦର୍ଶନ ଆମ ପାଇଁ ପ୍ରେରଣା । ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଉଛି, ଓଡ଼ିଶାବାସୀଙ୍କ ଜନକଲ୍ୟାଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।