କେନ୍ଦ୍ରାପଡ଼ା ୨୦।୬: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ପ୍ରଶାସନ ଓ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା ବିବାଦ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ମହାକାଳପଡ଼ା ପୋଲିସ l ଗିରଫ ଅଭିଯୁକ୍ତ ଜଣକ ବିଶ୍ଵଜିତ ମହାପାତ୍ର ବୋଲି ଜଣାପଡିଛି l ବିଡିଓଙ୍କ ଚାମ୍ବର ଭିତରେ ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଶ୍ଵଜିତଙ୍କ ନାମରେ ଅଭିଯୋଗ ହୋଇଥିଲା l ନିଜ ଏତଲାରେ ବିଶ୍ଵଜିତଙ୍କ ନାମ ଉଲ୍ଲେଖ କରିଥିଲେ ଚାମେଲି l ଏହି ମାମଲାରେ ପୂର୍ବରୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିସାରିଛି l ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ଏତଲାରେ ଉଲ୍ଲେଖ ନଥିଲା l

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ତିଖିରି ସରପଞ୍ଚ ଚାମେଲି ଓଝା l ସପ୍ତାହ ପରେ ହସ୍ପିଟାଲରୁ ବାହାରିଥିଲେ ସରପଞ୍ଚ ଚାମେଲି ଓଝା l ହସ୍ପିଟାଲ ପକ୍ଷରୁ ଡିସଚାର୍ଜ ଡକ୍ୟୁମେଣ୍ଟ ଦେବାରେ ବିଳମ୍ବ ଯୋଗୁଁ ସକାଳ ୧୦ଟା ପରିବର୍ତ୍ତେ ଦିନ ୨ଟାରେ ସେ ହସ୍ପିଟାଲରୁ ବାହାରିଥିଲେ । ହସ୍ପିଟାଲରୁ ବାହାରି ସିଧା ପହଞ୍ଚିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ l

Also Read:- ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ପାହାଡ଼ପୁର ବୁଲିବେ

ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା ସରପଞ୍ଚ ସଂସ୍କୃତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବୋଲି ଚାମେଲି କହିଛନ୍ତି l ସେହିପରି ସେ ପୋଲିସ DG ଓ IGଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି l ଯଦି ୭ ଦିନରେ ନ୍ୟାୟ ନମିଳେ ତେବେ ୪ ତାରିଖରେ ଚାମେଲି କେନ୍ଦ୍ରାପଡ଼ା ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି l ସେପଟେ ଏହି ବିବାଦର ସପ୍ତାହକ ପରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ମୁହଁ ଖୋଲିଥିଲେ l ସେ କହିଥିଲେ, ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛି ମୋ ସାନ ଭଉଣୀ ଚାମେଲି l ଚାମେଲି କିନ୍ତୁ ବିଧାୟକଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଥିଲେ l