ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ନାଉଗୋରଡା ଗାଁରେ ଶୋକର ଛାୟା ଖେଳିଯାଇଛି । ସିଆରପିଏଫ୍ ହାବିଲଦାର ମଳୟ ସେଠୀଙ୍କ ଅକାଳ ମୃତ୍ୟୁ ପରେ ଚାନ୍ଦବାଲି ସ୍ଵର୍ଗ ଦ୍ଵାରରେ ଗାର୍ଡ ଅଫ୍ ଅନର ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଭୁବନେଶ୍ୱର ସିଆରପିଏଫ୍ ରେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ ମଳୟ ସେଠୀ।

୨୧ ଦିନ ତଳେ ତାଙ୍କ ସାନ ଭାଇଙ୍କର ଗାଡ଼ି ଦୃର୍ଘଟଣାରେ ମୃତ୍ୟୁ ହୋଇଥିଲା। ସେହି ଶୋକରେ ମଳୟ ମାନସିକ ଭାରସାମ୍ୟ ହରାଇ ଦୁଃଖରେ ଥିଲେ। ୫ ଦିନ ତଳେ ତାଙ୍କୁ ଭୁବନେଶ୍ବରରେ ଏକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ। ମାନସିକ ଭାରସାମ୍ୟ ହରାଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି।

also read- ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦୁଇଟି ଟ୍ରେନ୍ ପାଇଲଟ୍ କରି ନେବ

ଗତକାଲି ରାତି ୧୨ଟାରେ ଚାନ୍ଦବାଲି ସ୍ଵର୍ଗ ଦ୍ଵାରରେ ଭୁବନେଶ୍ୱରରୁ ଆସିଥିବା ଏକ ସିଆରପିଏଫ୍ ଟିମ୍ ଯବାନମାନେ ଗାର୍ଡ ଅଫ୍ ଅନର ଦେବା ପରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ୨୩ ବର୍ଷର ଚାକିରି ଜୀବନରେ ଦେଶ ସେବା କରୁଥିବା ଏହି ଯବାନଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।