ଭୁବନେଶ୍ବର ୩।୧୦: ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ନେଇ କୁଳାଧିପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା । ଖାଲି ପଡ଼ିଥିବା ୧ ହଜାର ୪୩୫ ସିଟ୍ ପୂରଣ ପାଇଁ ସମୀକ୍ଷା ହୋଇଛି । ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ନିଯୁକ୍ତି ସାରିବାକୁ କୁଳାଧିପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶନିବାର ଲୋକ ଭବନରେ କୁଳାଧିପତିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାରଙ୍କ ସହ ବୈଠକ ବସିଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ସମସ୍ତେ ନିଜ ନିଜର ମତ ରଖିଥିଲେ । ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ସାରିବାକୁ ମଧ୍ୟ କୁଳାଧିପତି କହିଛନ୍ତି ।

Also Read:- ପ୍ରୋସେସନ ବନ୍ଦ କରିବାକୁ କହିବାରୁ ଉତ୍ତେଜନା, ଫାଟିଲା ସବ୍ ଇନ୍ସପେକ୍ଟରଙ୍କ ମୁଣ୍ଡ, କନଷ୍ଟେବଲ ଆହତ

ଖାଲି ପଡ଼ିଥିବା ୧୪୩୫ ପଦବୀ ପାଇଁ ୫୭ ହଜାରରୁ ଅଧିକ ଆବେଦନ ଆସିଛି । ଯାଞ୍ଚ ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି । ମୁକ୍ତ ବିଶ୍ୱବିଦ୍ୟାଳୟରେ ସାକ୍ଷାତ୍ ପ୍ରକ୍ରିୟା ଚାଲିଛି । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ କରି ସାକ୍ଷାତକାର ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି । ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ।