ଆନନ୍ଦପୁର ୩।୧୦: ଖୁଦୁରୁକୁଣୀ ମେଢ଼ ଭସାଣି ବେଳେ ପୋଲିସକୁ ଆକ୍ରମଣ । ସବ୍ ଇନ୍ସପେକ୍ଟରଙ୍କ ମୁଣ୍ଡ ଫାଟିଲା । କନଷ୍ଟେବଲ ଆହତ । ୪ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ । କେନ୍ଦୁଝର ଜିଲ୍ଲା ଘଷିପୁରା ଚମୁହିଁ ଗାଁରେ ଘଟିଛି ଏଭଳି ଘଟଣା ।

କେନ୍ଦୁଝର ଜିଲ୍ଲା ଘଷିପୁରା ଚମୁହିଁ ଗାଁରେ ଗତକାଲି ରାତି ୧୦ଟା ବେଳେ ପ୍ରୋସେସନ ଚାଲିଥିବା ବେଳେ ପୋଲିସ ପ୍ରୋସେସନ ବନ୍ଦ କରିବାକୁ କହିଥିଲା । ଯାହାକୁ ନେଇ ପୋଲିସ ସହ ଯୁକ୍ତିତର୍କ କରିଥିଲେ ଲୋକେ । ପାଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚିବା ପରେ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ ଚାଲିଥିଲା । ହେଲେ ଏତିକି ବେଳେ କିଛି ଲୋକ ପୋଲିସ ଉପରେ ଆକ୍ରମଣ କରିଥିଲେ ।

​​​​​​​

Also Read:- ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ, ୨ ନାବାଳକ ଏବେବି ନିଖୋଜ

ଆକ୍ରମଣରେ ଜଣେ ସବ୍ ଇନ୍ସପେକ୍ଟରଙ୍କ ମୁଣ୍ଡ ଫାଟିଥିବା ବେଳେ ଜଣେ କନଷ୍ଟେବଲ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଉଠାଇ ଆଣି ପଚରାଉଚରା ଚଳାଇଛି ।

Watch Video: