କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ବେଲ୍। ସୋମବାର ଜେଏମଏଫସି ସିଟି ମାଜିଷ୍ଟ୍ରେଟ ତାଙ୍କୁ ବେଲ୍ ପ୍ରଦାନ କରିଛନ୍ତି। ପୋଲିସକୁ ଆକ୍ରମଣ ଘଟଣାରେ ତାଙ୍କୁ ବେଲ୍ ମିଳିଥିବା ବେଳେ, ଦୁଇ ଜାମିନଦାର ଏବଂ ୩୦ ହଜାର ଟଙ୍କାରେ ମିଳିଲା ଜାମିନ। ଏହା ପୂର୍ବରୁ ଘଟଣାରେ ଏନଏଚଆରସି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ।

ସୂଚନାଥାଉକି, ଗତ ୧୧ ତାରିଖରେ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପଞ୍ଚାୟତରେ ବିଭିନ୍ନ କାମର ନିର୍ମାଣ ସରିଥିଲେ ବି ଏହାର ବିଲ୍ କାହିଁକି ହୋଇପାରୁନାହିଁ ତାହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ସେଠାରେ ଆଲୋଚନା କଲାବେଳେ ତାଙ୍କ ଭାଇ ମୋବାଇଲରେ ଭିଡିଓ କରୁଥିଲେ। ହେଲେ ଭିଡିଓକୁ ବିଡିଓ ଓ ଉପସ୍ଥିତ ବିଜେପି କର୍ମୀ ବିରୋଧ କରିବା ସହ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାମେଲି ଓ ତାଙ୍କ ସାନଭାଇଙ୍କୁ ଥାନାକୁ ନେଇ ଆସିଥିଲେ।

Also Read: ତିଖିରି ସରପଞ୍ଚ ଚାମେଲି ଓଝା ମାମଲା: ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ

ଏହା ପରେ ଚାମେଲି ଓଝା ଚାମେଲି ଓଝା ନିଜ ଉପରେ ଆକ୍ରମଣ ଏବଂ ଦୁର୍ବ୍ୟବହାର ଅଭିଯୋଗ ଆଣି, ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ, ମହାକାଳପଡ଼ା ଆନା ଅଧିକାରୀ ମାନସ କୁମାର ମଲ୍ଲିକଙ୍କ ସମେତ ସାତରୁ ଅଧିକ ବିଜେପି ଜର୍ମୀ ତାଙ୍କୁ ମାଡ଼ ମାରିଥିବା ଚାମେଲି ଆନାରେ ଏତଲା ଦେଇଥିଲେ। ସେପଟେ ବିଡିଓଙ୍କ ଏତଲା ଆଧାରରେ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝା ଏବଂ ଏସଆଇ ତପସ୍ବିନୀ ବିଶ୍ବାଳଙ୍କ ଅଭିଯୋଗକ୍ରମେ ଚାମେଲି ଗିରଫ ହୋଇଛନ୍ତି ।

ଅଭିଯୋଗ ହୋଇଛି ଏସଆଇଙ୍କ ହାତକୁ ଚାମେଲି କାମୁଡି ଦେବା ସହିତ ତିନି ମହିଳା ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।ତେବେ ଏସବୁ ଭିତରେ ପୋଲିସ ଗିରଫ ପରେ ଶାରିରୀକ ଅସୁସ୍ଥତା କାରଣରୁ ଚାମେଲି ଜେଲ୍ରେ ରହିବା ସମ୍ଭବପର ନହେବାରୁ ବର୍ତ୍ତମାନ ଜିଲ୍ଲା ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।