ଜଳେଶ୍ବର ୨୮।୧୦: ଜଳେଶ୍ବରରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା ମାମଲା । ପୀଡ଼ିତା ନାବାଳିକାଙ୍କ ଘରେ ପହଞ୍ଚିଲେ ରାଜ୍ୟ ମହିଳା କମିଶନର ଶୋଭନା ମହାନ୍ତି ଓ ରାଜ୍ୟ ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ମୃତ ନାବାଳିକା ପରିବାର ସହିତ ଆଲୋଚନା କରିବା ସହ ଖୁବ୍‌ଶୀଘ୍ର ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେଲେ ପ୍ରତିଶ୍ରୁତି ଦେଇଛନ୍ତି ।

Also Read:- ଶ୍ରୀଜିଉଙ୍କ ଦର୍ଶନ ହେବ ଆହୁରି ସୁଗମ, ଧାଡ଼ି ଦର୍ଶନ ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କଲେ ଆଇନ ମନ୍ତ୍ରୀ

ଏହି ଘଟଣାକୁ ନେଇ ନେଇ ରାଜନୈତିକ ଉଷ୍ମତା ବଢୁଥିଲା ବେଳେ ଆଜି ରାଜ୍ୟ ମହିଳା କମିଶନର ଓ ରାଜ୍ୟ ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମୃତ ନାବାଳିକାଙ୍କ ଘରେ ପହଞ୍ଚି ଆଲୋଚନା କରିଥିଲେ । ଏହା ସହିତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉକ୍ତ ପରିବାରକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମହିଳା ଓ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ନାବାଳିକାଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଯାଇ ତଦନ୍ତ କରି ଫେରିଥିଲେ ।