ଭୁବନେଶ୍ଵର: ଆଗାମୀ ଏପ୍ରିଲ ୧୬ରୁ ଆରମ୍ଭ ହେବାକୁ ଯାଉଛି ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି କରାଯିବ। ଜନଗଣନାର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଓଡ଼ିଶାର ୩୦ଟି ଜିଲ୍ଲାରେ ଗଣନା କରାଯିବ। ଡିଜିଟାଲ୍ ଭାବେ ହେବ ଜନଗଣନା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ଏହା ଆୟୋଜିତ ହେଉଛି। ଏନେଇ ଭୁବନେଶ୍ୱର ୟୁନିଟ୍-୯ ସ୍ଥିତcଜନଗଣନା କାର୍ଯ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜନ ଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ।

ନିୟୋଜିତ ହେବେ ୧୦୦୮୭୫ କର୍ମଚାରୀ

ଏହି କାର୍ଯକ୍ରମରେ ଏପ୍ରିଲ ୧୬ରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏଥିରେ ନିୟୋଜିତ ହେବେ ୧୦୦୮୭୫ ଗଣନାକାରୀ ଓ ୧୭୨୮୨ ସୁପରଭାଇଜାର। ଏହା ପୂର୍ବରୁ ଏପ୍ରିଲ୧ରୁ ଏପ୍ରିଲ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ବ-ଗଣନାର ପ୍ରାବଧାନ ରହିଛି । ଏହି କାର୍ଯକ୍ରମରେ Self-Enumeration Portal (SE) ପୋର୍ଟାଲ ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରି ପାରିବେ । ଏହି ଗୃହ ଗଣନା ଏବଂ ଗୃହ ତାଲିକା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ସକାଶେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ୬୭ ଜଣ ମାଷ୍ଟର ଟ୍ରେନର ତାଲିମ ଗ୍ରହଣ କରିଛନ୍ତି I

Also Read: ରମେଶଙ୍କ ବିସ୍ଫୋରଣ, ବିଜେଡିଠୁ ପ୍ରତିଶୋଧ ନେବା ପାଇଁ ଦିଲୀପଙ୍କୁ ଭୋଟ୍ ଦେଲି

ସବୁ ହେବ ଡିଜିଟାଲୀ

ଏହି ତାଲିମ ପ୍ରାପ୍ତ ମାଷ୍ଟର ଟ୍ରେନରମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୫୫୨ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ (Field Trainer) ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଏହି କ୍ଷେତ୍ର ପ୍ରଶିକ୍ଷକମାନେ ରାଜ୍ୟର ୩୦ ଟି ଜିଲ୍ଲାରେ ୯୧ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ ଟି ପୌରପାଳିକା, ୫ ଟି ମହାନଗର ନିଗମ ଓ ୨ ଟି ଇନଡ଼ଷ୍ଟ୍ରିଆଲ ଟାଉନର ୧୦୦୮୭୫ ଗଣନାକାରୀ ୧୭୨୮୨ ସୁପରଭାଇଜାରମାନଙ୍କୁ ଏହି ମାସର ୧୫ ତାରିଖରୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଡିଜିଟାଲ୍ ତଥା ମୋବାଇଲ ଆପ ମାଧ୍ୟମରେ ଗୃହଗଣନା ଏବଂ ଗୃହତାଲିକା କାର୍ଯକ୍ରମ କ୍ଷେତ୍ର ପରିଦର୍ଶନ ମାଧ୍ଯମରେ ଅନୁଷ୍ଠିତ ହେବ।

Also Read: ବିଧାନସଭାରେ ରାମ୍ ନାମ ସତ୍ୟ ହେ, ଗୃହ ବାହାରେ କୋକେଇ ଶୋଭାଯାତ୍ରା...

ବ୍ରାଣ୍ଡ ଆମ୍ବାସଡର ହେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଜନଗଣନାର ଏହି କାର୍ଯକ୍ରମର ପ୍ରଚାର ପ୍ରସାର ସକାଶେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥଥିବା ସ୍ଥଳେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ଏଥି ସହିତ ଜିଲ୍ଲାପାଳଙ୍କ ଅଧିନରେ ପ୍ରତ୍ୟେକ ତହସିଲର ତହସିଲଦାର ଏବଂ ବୈଧାନିକ ସହରଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି।

Also Read: ବିରୋଧୀଙ୍କୁ ରୋକ୍ଠୋକ୍ ଶୁଣାଇଦେଲେ ନବୀନ, କହିଲେ ନଜାଣି ପ୍ରଚାର କରନି କିଛି

ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର

ଓଡ଼ିଶା ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରୁଛି । ରାଜ୍ୟର ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଭାବରେ ନିଯୁକ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ ।ଭାରତୀୟ ଜନଗଣନାରେ ଏହା ହେଉଛି ପ୍ରଥମ ଡିଜିଟାଲ ଜନଗଣନା ଏବଂ ପ୍ରଥମ ଥର ପାଇଁ ଭାରତୀୟ ଜନଗଣନାରେ ସ୍ବ-ଗଣନାର ପ୍ରାବଧାନ ରହିଛି, ଏବଂ ସ୍ବ-ଗଣନାର ତଥ୍ୟକୁ ଗଣନାକାରୀଙ୍କ ଦ୍ବାରା ପୁନରାୟ ଯାଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି I ଏହି ଜନଗଣନାରେ CMMS Portal ର ବ୍ୟବହାର ରହିବା ସହିତ ହାଉସ୍ ଲିଷ୍ଟିଙ୍ଗ ବ୍ଳକ ସୃଷ୍ଟି କରିବା ପାଇଁ ଡିଜିଟାଲ ମାଧ୍ୟମର ଉପଯୋଗ କରାଯାଇଛି ।