ଭୁବନେଶ୍ୱର ୧୮/୦୩: ଚର୍ଚ୍ଚାରେ ପକାଇଦେଲେ ପୂର୍ଣ୍ଣଛେଦ । ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ । ବର୍ଷିଲେ ନବୀନ, କହିଲେ ନଜାଣି କରନ୍ତି ଅପପ୍ରଚାର । Trust ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଲେ ଯେ ବିଜୁ ବାବୁ ଦାନଦକ୍ଷିଣା ପାଇଁ ଜଣାଶୁଣା ଥିଲେ । ୩୦ ବର୍ଷ ବୟସରେ ସେ ବିଜ୍ଞାନର ପ୍ରଚାରପ୍ରସାର ପାଇଁ କଳିଙ୍ଗ ଯୁନେସ୍କୋ ପୁରସ୍କାର ଦାନ କରିଥିଲେ ।

ସେ ନିଜ ଜୀବନରେ ଅନେକ ଭଲ କାମ କରିଛନ୍ତି । ମୁଁ, ମୋ ଭାଇ ଓ ଭଉଣୀ କଟକ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ପାଇଁ ଦାନ କରିଥିଲୁ । ଯେବେ ମୁଁ ମୁମ୍ବାଇ ଯାଇଥିଲି ବେକ ଅପରେସନ ଅପରେସନ ପାଇଁ, ତା ପୂର୍ବରୁ ପ୍ରଥମେ ମୁଁ ଦିଲ୍ଲୀ ଯାଇଥିଲି । ସେଠି ଅନେକ ବଡ଼ ବଡ଼ ଓକିଲ ଓ CA ଙ୍କୁ ଭେଟିଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି ।

​​​​​​​Rajyasabha cross vote: ବର୍ଷିଲେ ବିଜେଡି ବିଧାୟକ, କହିଲେ ଆକ୍ସନ ହେଲେ ଚେତିବେ

ଏହି ଟ୍ରଷ୍ଟ ଓଡ଼ିଶାବାସୀଙ୍କ ହିତ ପାଇଁ ଖୋଲିଲି । ମୋ ନିଜ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି. ବିଜେଡି କି ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ । ଗଣମାଧ୍ୟମ negative story କରୁଥିବାରୁ, ମୁଁ ଏହି ସ୍ପଷ୍ଟୀକରଣ ରଖିଲି ।

​​​​​​​