ନୂଆଦିଲ୍ଲୀ,୧୨|୦୬:୨୦୨୩ରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା ଭାରତ । ସାମ୍ନାରେ ଥିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆ । ଭାରତ କିନ୍ତୁ ସମସ୍ତଙ୍କ ଫେଭରେଟ୍ । ସମସ୍ତେ ଭାବିଥିଲେ ଭାରତ ଜିତିବ । ଚାମ୍ପିଅନ୍ ହେବ । ହେଲେ ଅଧାରେ ରହିଯାଇଥିଲା ସ୍ୱପ୍ନ । ଭାରତକୁ ପରାସ୍ତ କରି ବିଶ୍ୱ ଚାମ୍ପିଅନ୍ ହୋଇଥିଲା କଙ୍ଗାରୁ ଟିମ୍ । ତେବେ ଆରବର୍ଷ ପୁଣି ଖେଳାଯିବ ବିଶ୍ୱକପ୍ । ଯେଉଁଥି ପାଇଁ ଘୋଷଣା ହୋଇଛି ତାରିଖ ।

ରିପୋର୍ଟ ଅନୁସାରେ, ଆଇସିସି ୨୦୨୭ ବିଶ୍ୱକପ୍ ପାଇଁ ତାରିଖ ଘୋଷଣା କରିଛି । ଏହା ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ୱେ ଏବଂ ନାମିବ୍ୟାରେ ଖେଳାଯିବ । ଅକ୍ଟୋବର ୪ରେ ବିଶ୍ୱକପ୍ ଆରମ୍ଭ ହୋଇପାରେ । ସେହିପରି ଫାଇନାଲ ମୁକାବିଲା ନଭେମ୍ବର ୨୧ ତାରିଖରେ ଖେଳାଯିବ । ୨୦୨୬ ଆଇପିଏଲ ଫାଇନାଲ ବେଳେ ଅହମ୍ମଦାବାଦରେ ଆଇସିସିର ଏକ ବୈଠକ ବସିଥିଲା । ଏଥିରେ ତାରିଖ ବାବଦରେ ଚର୍ଚ୍ଚା ହୋଇଛି ।

ଆହୁରି ମଧ୍ୟ କୁହାଯାଉଛି ଯେ, ଆସନ୍ତା ବିଶ୍ୱକପରେ ମୋଟ୍ ୫୪ଟି ମ୍ୟାଚ୍ ଖେଳାଯିବ । ଏହା ମଧ୍ୟରୁ ଦକ୍ଷିଣ ଆଫ୍ରିକା ୪୧ଟି ମ୍ୟାଚ୍ ଆୟୋଜନ କରିବ । ଜିମ୍ବାଓ୍ୱେ ୮ଟି ମ୍ୟାଚ୍ ଆୟୋଜନ କରିବା ନେଇ ସମ୍ଭାବନା ରହିଛି । ସେହିପରି ନାମିବ୍ୟା ତିନୋଟି ମ୍ୟାଚର ଆୟୋଜନ କରିପାରେ । ୨୦୦୩ ପରଠୁ ଦକ୍ଷିଣ ଆଫ୍ରିକା ଗୋଟିଏ ହେଲେ ଦିନିକିଆ ବିଶ୍ୱକପର ଆୟୋଜନ କରିନାହିଁ । କିନ୍ତୁ ଏଠାରେ ୨୦୦୭ଟି-20 ବିଶ୍ୱକପ୍, ୨୦୦୯ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରାଯାଇଛି ।

ବିଶ୍ୱକପ୍ ତାରିଖ ଘୋଷଣା ଖବର ସହ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ବଢିଛି । କାରଣ ଉଭୟ ଖେଳାଳିଙ୍କ ହାତରେ ଆଉ ମାତ୍ର ୧୫ ମାସର ସମୟ ରହିଛି । ଏହାପରେ ଦୁଇ ଭେଟେରାନ ସବୁଦିନ ପାଇଁ କ୍ରିକେଟ୍ ଛାଡି ପାରନ୍ତି । ଏବେ ରୋହିତ ୩୯ ବର୍ଷର ହୋଇଥିବା ବେଳେ ବିରାଟଙ୍କୁ ୩୭ ବର୍ଷ ହେଲାଣି । ସେମାନେ ଟେଷ୍ଟ୍ ଏବଂ ଟି୨୦ରୁ ଅବସର ନେଇ ସାରିଛନ୍ତି । କେବଳ ଦିନିକିଆ ଉପରେ ଫୋକସ କରୁଛନ୍ତି ।

Also Read :- ଏବେ ମିଳିବନି ଚାନ୍ସ, କରିବାକୁ ପଡିବ ଅପେକ୍ଷା ! ଆୟାରଲ୍ୟାଣ୍ଡ ବିପକ୍ଷରେ ଖେଳି ନପାରନ୍ତି ବୈଭବ : ଜାଣନ୍ତୁ କାରଣ...

ବିରାଟ ଆଇପିଏଲ ଏବଂ ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । ଶତକ ପରେ ଶତକ ଅର୍ଜନ କରୁଛନ୍ତି । ଅନ୍ୟ ଦିଗରେ ରୋହିତ ନିଜକୁ ଫିଟ୍ ରଖିବାକୁ ଖୁବ୍ ଉଦ୍ୟମ କରୁଛନ୍ତି । ଯାହା ଦୁଇ ଭେଟେରାନଙ୍କୁ ବିଶ୍ୱକପ୍ ଟିମର ପ୍ରମୁଖ ଦାବିଦାର ଭାବେ ସୁଯୋଗ ଦେବ ।