ପୁରୀ ୧୪।୧୨: ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଅଭିଯୋଗ କ୍ରମେ ଶ୍ରୀକ୍ଷେତ୍ର ପ୍ରସାଦ ଦଳେଇଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁରୀ ପୋଲିସ । ପୁରୀ କୃଷ୍ଣପ୍ରସାଦ ଥାନା ପୋଲିସ ଶ୍ରୀକ୍ଷେତ୍ରକୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୀ ହସ୍ପିଟାଲରେ ଶ୍ରୀକ୍ଷେତ୍ରଙ୍କର ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ଗତ ୨୦୨୫ ଅଗଷ୍ଟ ୪ ତାରିଖରେ କୃଷ୍ଣପ୍ରସାଦ ଥାନାରେ ଶ୍ରୀକ୍ଷେତ୍ରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ସୋନାଲି ପଣ୍ଡା । ସୋନାଲିଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶ୍ରୀକ୍ଷେତ୍ରଙ୍କ ନାଁରେ ପୋଲିସ ଏକାଧିକ ଦଫା ଲଗାଇଛି । ଧାରା ୩୭୬, ୩୧୩, ୩୬୬, ୩୬୩, ୨୯୪, ୪୯୮(A), ୪୦୬, ୪୧୭, ୪୯୪,୩୨୩ ସହିତ ପୋକ୍ସୋ ଆକ୍ଟ ମଧ୍ୟ ଲାଗିଛି ।

ତେବେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଅଭିଯୋଗ କ୍ରମେ ଗତ ୨୦୧୨ରେ ସୋନାଲିଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲା ଶ୍ରୀକ୍ଷେତ୍ର । ସେହି ସମୟରେ ସେ ନାବାଳିକା ଥିଲେ । ତାଙ୍କୁ ତୁଳସୀ ଗଣନାଟ୍ୟରେ ଶ୍ରୀକ୍ଷେତ୍ର ରଖାଇଥିଲେ । ପରେ ଧରାଛୁଆଁ ଦେଇନଥିଲେ । ବିଭିନ୍ନ ସମୟରେ ମାନସିକ ଅତ୍ୟାଚାର ମଧ୍ୟ କରୁଥିଲେ । ତାଙ୍କର ଏକ ପୁଅ ମଧ୍ୟ ଅଛି ବୋଲି କହିଛନ୍ତି ଏସ୍ପି । ତେବେ ପୋଲିସ ମହିଳାଙ୍କ ଅଭିଯୋଗକୁ ଆଧାର କରି ଶ୍ରୀକ୍ଷେତ୍ରକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା କହିଛନ୍ତି ।