କଟକ: ବିରୂପା ନଦୀକୁ ଖସିଲା କାର୍। କାରଟି ସଂପୂର୍ଣ୍ଣ ବୁଡ଼ି ଯାଇଥିବାବେଳେ, ଏଥିରେ ଜଣେ ଯୁବକ ଫସିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ବୁଧବାର ଜଗତପୁର ପଣ୍ଡା ସାହି ଆଇ.ବି ରୋଡ ନିକଟରେ ଘଟିଛି ଏହି ଅଘଟଣ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଏକ ଇଭି କାର୍ରେ ଦୁଇ ଜଣ ଯୁବକ ଏହି ଅଞ୍ଚଳ ଦେଇ କୌଣସି ସ୍ଥାନକୁ ଯାଉଥିଲେ। ହେଲେ ଜଗତପୁର ପଣ୍ଡା ସାହି ଆଇ.ବି ରୋଡ ନିକଟରେ କାର୍ଟି ଦ୍ରୁତ ଗତିରେ ଆସି ନଦୀ ଭିତରକୁ ପଶିଯାଇଥିଲା।

ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସେମାନଙ୍କ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଜଣକୁ ଉଦ୍ଧାର କରିପାରିଛନ୍ତି। ସେହିଭଳି ଅନ୍ୟ ଜଣକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେବି ସଫଳ ହୋଇପାରିନଥିଲେ। ତେବେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।