ବୌଦ୍ଧ ୧୯।୪: ବୌଦ୍ଧ ଆଦର୍ଶ ଥାନା ୫୭ ଜାତୀୟ ରାଜପଥ ଜନାପଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟିହେଲା କାର୍ । ଗଛରେ ପିଟି ହୋଇ ନିଆଁ ଲାଗି ଜଳିଗଲା କାର୍ । ନବଜାତ ଶିଶୁ ସମେତ ୫ ଜଣ ଗୁରୁତର । ସମସ୍ତ ଗୁରୁତର ବୌଦ୍ଧ ମେଡିକାଲରେ ଭର୍ତ୍ତି । ଟିଟିଲାଗଡରୁ ନବଜାତ ଶିଶୁକୁ ନେଇ ବୌଦ୍ଧ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଗାଡ଼ି ଆଗ ଚକ ଫାଟି ଯିବାରୁ ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ସହର ବଗିଚାସାହିର ଶୁଭାଶିଷ ଆଚାର୍ଯ୍ୟ, ତାଙ୍କ ପତ୍ନୀ ସ୍ବସ୍ତିକା ହୋତା, ଶାଶୁ କମଳିନୀ ହୋତା, ୭ ବର୍ଷର ପୁଅଙ୍କ ସମେତ ୪ ଦିନର ନବଜାତକ ଶିଶୁ ଏକ କାର୍ ଯୋଗେ ଟିଟିଲାଗଡରୁ ବୌଦ୍ଧ ଫେରୁଥିଲେ । ଜନାପଙ୍କଙ୍କ ଗାୟତ୍ରୀ ପ୍ରଜ୍ଞା ପୀଠ ନିକଟରେ ହଠାତ କାରର ଗୋଟିଏ ଆଗ ଚକ ଫାଟି ଯିବାରୁ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ କାର୍ ଇଞ୍ଜିନରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିକଟରେ ଥିବା ବିଦ୍ୟୁତ ଫିଡରର କର୍ମଚାରୀ ଓ ସ୍ଥାନୀୟ ଲୋକେ ନିଆଁ ଲିଭାଇ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନା ପଠାଇଥିଲେ ।

Also Read:- School Closed: ଦେବଗଡ଼ରେ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି ଛୁଟି ; ଆବଶ୍ୟକ ପଡ଼ିଲେ ସକାଳୁଆ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଦୁର୍ଘଟଣାରେ କାର୍ ଚାଳକ ପ୍ରଭୁଦତ୍ତ ସିଂଙ୍କ ସମେତ ଗାଡ଼ିରେ ଥିବା ଆଚାର୍ଯ୍ୟ ପରିବାରର ସମସ୍ତ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।