ତୁମେ ଆମ ପରିବାରର ହୀରା l ଜୀବନର ସବୁ କଠିନ ସମୟରେ ତୁମେ ମୋ ସାଥିରେ ଠିଆ ହୋଇଛ l ମୁଁ ସବୁଠାରୁ ଭାଗ୍ୟବାନ ଯେହେତୁ ମୁଁ ତୁମ ଭଳି ସ୍ତ୍ରୀ ପାଇଛି l ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ କିଛି ଏଭଳି ପୋଷ୍ଟ କରିଛନ୍ତି ହିନ୍ଦୀ ସିନେମା ଜଗତର କମେଡି କିଙ୍ଗ ରାଜପାଲ ଯାଦବ l ଏନେକ ବିବାଦ ଓ ନାୟୀକ ଲଢେଇ ଲଢ଼ୁଥିବା ରାଜପାଲ ସ୍ତ୍ରୀ ରାଧାଙ୍କୁ ଜନ୍ମ ଦିନର ସୂବେଛା ଜଣାଇଛନ୍ତି l ସୋସିଆଲ ମିଡିଆରେ ରାଧାଙ୍କ ପାଇଁ ଲେଖିଥିବା ଜନ୍ମ ଦିନ ସୂବେଛା ରାଜପାଲ ଦୀର୍ଘ ଦିନର ସମ୍ପର୍କକୁ ମନ ପକାଇ ଭାଵ ପ୍ରବଣ ହୋଇଯାଇଥିବା , ତାଙ୍କ ପୋଷ୍ଟରୁ ଜଣାପଡୁଛି l ରାଧାଙ୍କ ଜନ୍ମ ଦିନରେ ରାଜପାଲ ତାଙ୍କୁ ନିଜ ପରିବାରର ହୀରା ବୋଲି ସମ୍ବୋଧନ କରିଥିବାବେଳେ ଜୀବନରେ ସେ ତାଙ୍କ ସ୍ତ୍ରୀଙ୍କ ନିକଟରେ ଚିର ଋଣୀ ବୋଲି ସ୍ୱୀକାର କରିଛନ୍ତି l ସେ କହିଛନ୍ତି ବାପା ,ମା ଓ ଭଗବାନଙ୍କୁ ବାଦ ଦେଲେ ରାଧା ନିକଟରେ ଆଜୀବନ ଋଣୀ ହୋଇ ରହିବେ l

ସୋସିଆଲ ମିଡିଆରେ ଏକ ଫୋଟୋରେ ରାଜପାଲ ଓ ସ୍ତ୍ରୀ ରାଧିକା ଥିବା ବେଳେ ତଳେ ଲେଖା ଯାଇଛି ସୁବେଛା ବାର୍ତ୍ତା l ରାଜପାଲ ଲେଖିଛନ୍ତି ''ରାଧା ମୋ ସହିତ ପଥର ଭଳି ଠିଆ ହୋଇଛ ...ଏପରିକି ମୋ ଦୁର୍ଦ୍ଧିନରେ ମଧ୍ୟ ତୁମେ ମୋ ହାତ ଛାଡି ନାହଁ l ମୁଁ ଗର୍ବ କରେ କି ତୁମକୁ ମୁଁ ସ୍ତ୍ରୀ ରୂପରେ ପାଇଛି ଜୀବନର ସବୁ ମୋଡରେ ତୁମେ ମୋ ସହିତ ଛିଡା ହୋଇଛ l

ସେ ଆହୁରି ମଧ୍ୟ କହିଛନ୍ତି ଯେ କିଭଳି ରାଧା ତାଙ୍କ ଛୁଆ ମାନଙ୍କୁ ଭଲ ମଣିଷ କରି ଠିଆ କରିପାରିଛନ୍ତି l ପିଲା ମାନଙ୍କୁ ଭଲ ଭବିଷ୍ୟତ ଦେବା ,ସେମାଙ୍କୁ ଶିକ୍ଷିତ କରିବା ଏସବୁ ସ୍ବପ୍ନ ମୋର ଥିଲା କିନ୍ତୁ ପୁରା କରିଛ ତୁମେ l ଜୀବନରେ ମୋ ପାଇଁ ସବୁ କରିଛ କିନ୍ତୁ ବଦଳରେ କିଛି ମାଗିନ l ଆଜି ପର୍ଯ୍ୟନ୍ତ ମୋ ପରିବାରର ଖୁସି ପାଇଁ ତମେ ସବୁ କିଛି ତ୍ୟାଗ କରିଛ ''ବୋଲି କହିଛନ୍ତି ରାଜପାଲ l

also read-ସିନେମା ହଲ ପରେ ଏବେ OTTରେ ‘ନଇ ନବେଲୀ’ , ଜାଣନ୍ତୁ କେବେ ଓ କେଉଁଠି ଦେଖିବେ?

ପରିଶେଷରେ ସେ ରାଧାଙ୍କ ପାଇଁ ଲେଖିଛନ୍ତି ''ଏସବୁ ପାଇଁ ମୁଁ ଜୀବନ ସାରା ତୁମ ନିକଟରେ ଋଣୀ ଥିଲି ,ଋଣୀ ଅଛି ଋଣୀ ରହିବି l ଜନ୍ମ ଦିନର ଅନେକ ଅନେକ ସୂବେଛା ପ୍ରିୟର ରାଧା l ମୁଁ ଜୀବନ ସାରା ତୁମକୁ ଭଲପାଉଥିବି l