ଭୁବନେଶ୍ବର ୧୫।୮: ରେଳବାଇ ସୁରକ୍ଷା ପାଇଁ ନୂଆ ରଣନୀତି । ଇନଭେଷ୍ଟିଗେସନ୍ ଏବଂ ଡିଟେକ୍ସନ ପାଇଁ ସ୍ବତନ୍ତ୍ର ଡଗ୍ ସ୍କ୍ବାଡ୍ ପ୍ରସ୍ତୁତ । ପ୍ରଥମ ଥର ପାଇଁ ତାଲିମପ୍ରାପ୍ତ କୁକୁରଙ୍କ ଦେହରେ ଲଗାଗଲା କ୍ୟାମେରା । ପ୍ଲାଟଫର୍ମର ଅନ୍ଧାରିଆ ସ୍ଥାନ ଏବଂ ବିଭିନ୍ନ ଅପହଞ୍ଚ ସ୍ଥାନରେ ତଦନ୍ତ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ଏହା ହେବ ଗୁରୁତ୍ବପୂର୍ଣ୍ଣ । ଯେଉଁ ସ୍ଥାନରେ ସୁରକ୍ଷାକର୍ମୀ ପହଞ୍ଚି ପାରିବେନି ସେଠାରେ ତୃତୀୟ ନୟନ ଭାବେ କାର୍ଯ୍ୟ କରିବ କୁକୁର ଦେହରେ ଲାଗିଥିବା ଏହି କ୍ୟାମେରା । ମୋବାଇଲରେ କ୍ୟାମେରାକୁ ଅପରେଟ୍ କରିହେବ । କଣ୍ଟ୍ରୋଲ୍ ସେଣ୍ଟରରେ ବସି ମନିଟର କରିହେବ ।

ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଡିଭିଜନ ପାଇଁ ତାଲିମପ୍ରାପ୍ତ ୫ ଟିକିଆ ଡଗ୍ ସ୍କ୍ବାଡ୍ ଦେହରେ ଏହି କ୍ୟାମେରା ଲଗାଯାଇଛି । ଆଗକୁ ଆହୁରି ୧୫୦୦ଟି କ୍ୟାମେରା ଲଗାଯିବ ବୋଲି ସୂଚନା ମିଳିଛି ।

Also Read:- ଓଡ଼ିଶାର ୧୭ ପୋଲିସ ଅଧିକାରୀ ପୁରସ୍କୃତ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଅନେକ ସମୟରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ ଏବଂ ଅପରାଧୀଙ୍କୁ ଧରିବାରେ ବଡ଼ ଭୂମିକା ଗ୍ରହଣ କରୁଛି ଡଗ୍ ସ୍କ୍ବାଡ୍। ଏବେ ୧୭ଟି ଡଗ୍ ସ୍କ୍ବାଡ୍ ଥିବାବେଳେ ଏଗୁଡ଼ିକୁ ରାତ୍ରୀକାଳୀନ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି । ଆଗକୁ ଆହୁରି ୧୮ଟି ନୂଆ ସ୍କ୍ବାଡ୍ ଆସିବାର ଯୋଜନା ରହିଛି ।

Watch Video: